ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା । କୋଭିଡ ସ୍ଥିତି ନେଇ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ଟୀକାକରଣ ଓ କୋଭିଡ ମୁକାବିଲା ପାଇଁ ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କଲେ ରାଜ୍ୟ ସରକାର । ବର୍ତ୍ତମାନ ସଂକ୍ରମଣ ନେଇ ସେମିତି କିଛି ଅସ୍ୱାଭାବିକ ସ୍ଥିତି ଉପୁଜିନାହିଁ । ଯଦି ପରବର୍ତ୍ତୀ ସମୟରେ ସେଭଳି ସ୍ଥିତି ଉପୁଜେ ପୁଣିଥରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ତେବେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ବୈଠକରେ ହେଲଥ ୱାର୍କର, ଫ୍ରଣ୍ଟଲାଇନ୍ ୱାର୍କର ଏବଂ ବୁଷ୍ଟର ଡୋଜ୍ ସମ୍ପର୍କରେ ଆଲୋଚନା ହୋଇଛି । କରୋନା ସ୍ଥିତିକୁ ନଜରରେ ରଖି ନିର୍ବାଚନ ହେବ କି ନାହିଁ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ।