ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । ପୁରୀ ବଡ଼ଦାଣ୍ଡ ଉପରେ ବିଜେପି କର୍ମୀମାନେ ଏହି ଅଣ୍ଡାମାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରୁଥିବାବେଳେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଥିଲେ । ବିଜେପି କର୍ମୀଙ୍କ ଅଣ୍ଡାମାଡ଼ରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ବର୍ତ୍ତି ନ ଥିଲେ । ମାଳତୀପାଟପୁର ପାଖରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରିଥିଲେ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶାଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବଡ଼ଦାଣ୍ଡରେ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଶହ ଶହ ପୋଲିସ ମୁତୟନ ଥିଲେ । ତଥାପି ବିରୋଧୀଙ୍କ ଆଗରେ ପ୍ରଶାସନର ସବୁ ପ୍ରକାର ବ୍ୟବସ୍ଥା ଫେଲ୍ ମାରିଥିଲା ।