ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପତ୍ନୀ ଆତ୍ମନିର୍ଭରଶୀଳ ହୁଅନ୍ତୁ, ଏବଂ ଟଙ୍କା ପାଇଁ କାହା ଉପରେ ନିର୍ଭର ନ କରନ୍ତୁ ତେବେ ଆଜି ହିଁ ତାଙ୍କ ପାଇଁ ନିୟମିତ ରୋଜଗାରର ବ୍ୟବସ୍ଥା କରିପାରିବେ | ଏଥିପାଇଁ ଆପଣଙ୍କୁ ନ୍ୟାସନାଲ ପେନସନ୍ ଯୋଜନାରେ ନିବେଶ କରିବାକୁ ପଡିବ । ଆପଣ ଆପଣଙ୍କ ପତ୍ନୀଙ୍କ ନାମରେ ଏକ ନୂତନ ପେନ୍ସନ୍ ସିଷ୍ଟମ୍ (NPS) ଆକାଉଣ୍ଟ୍ ଖୋଲିପାରିବେ | ଏହି NPS ଆକାଉଣ୍ଟ ୬୦ ବର୍ଷ ବୟସ ହେବା ପରେ ଆପଣଙ୍କ ପତ୍ନୀଙ୍କୁ ଏକକାଳୀନ ଟଙ୍କା ଦେବ | ଏହା ସହିତ, ସେମାନଙ୍କୁ ପ୍ରତି ମାସରେ ପେନ୍ସନ୍ ଆକାରରେ ଟଙ୍କା ମଧ୍ୟ ମିଳିବ | କେବଳ ଏତିକି ନୁହେଁ ଆପଣଙ୍କ ପତ୍ନୀଙ୍କୁ ପ୍ରତି ମାସରେ କେତେ ଟଙ୍କା ପେନ୍ସନ୍ ମିଳିବ ତାହା NPS ଆକାଉଣ୍ଟ ସହିତ ଆପଣ ମଧ୍ୟ ସ୍ଥିର କରିପାରିବେ | ଆପଣଙ୍କ ପତ୍ନୀ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ ଆଉ କାହା ଉପରେ ନିର୍ଭରଶୀଳ ହେବେ ନାହିଁ | ତେବେ ଆସନ୍ତୁ ଏହି ଯୋଜନା ବିଷୟର ଜାଣିବା …
ତେବେ ଆପଣ ନିଜ ସୁବିଧା ମୁତାବକ ପ୍ରତି ମାସରେ କିମ୍ବା ବର୍ଷକରେ ନୂତନ ପେନ୍ସନ୍ ସିଷ୍ଟମ୍ (ଏନପିଏସ) ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ମାତ୍ର ୧୦୦୦ ଟଙ୍କାରୁ ବି ଆପଣ ନିଜ ପତ୍ନୀଙ୍କ ନାମରେ ଏକ ଏନପିଏସ ଆକାଉଣ୍ଟ ଖୋଲିପାରିବେ । ଏନପିଏସ ଆକାଉଣ୍ଟ ୬୦ ବର୍ଷ ବୟସରେ ମାଚ୍ୟୁର ହୋଇଥାଏ । ନୂଆ ନିୟମ ଅନୁସାରେ, ଯଦି ଚାହାଁନ୍ତି ତେବେ ପତ୍ନୀଙ୍କ ବୟସ ୬୫ ବର୍ଷ ପର୍ଯ୍ୟନ୍ତ ଆପଣ ଏନପିଏସ ଆକାଉଣ୍ଟ୍ ଚଲାଇପାରିବେ ।ଯଦି ଆପଣଙ୍କ ପତ୍ନୀଙ୍କ ବୟସ ୩୦ ବର୍ଷ ଓ ଆପଣ ତାଙ୍କ ଏନପିଏସ ଆକାଉଣ୍ଟରେ ପ୍ରତି ମାସରେ ୫୦୦୦ ଟଙ୍କାର ନିବେଶ କରୁଛନ୍ତି, ଆଉ ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ ତାହାଲେ ୬୦ ବର୍ଷ ପରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ରହିବ । ଏଥିରୁ ତାଙ୍କୁ ପ୍ରାୟ ୪୫ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ତାଙ୍କୁ ପ୍ରତି ମାସରେ ପାଖାପାଖି ୪୫,୦୦୦ ଟଙ୍କାର ପେନସନ୍ ମିଳିବ । ନିବେଶର ଖାସ୍ କଥା ହେଉଛି କି ଏହି ପେନସନ୍ ତାଙ୍କୁ ସାରା ଜୀବନ ମିଳିବ ।