କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଓଡିଆ ଅଲମ୍ପିଆନ୍ ଦୂତିଚାନ୍ଦ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଛନ୍ତି । ପଞ୍ଜାବର ପଟିଆଲାରେ ଚାଲିଥିବା ଭାରତୀୟ ଗ୍ରାଁ ପ୍ରିରେ ଦୂତି ନିଜ ଜାତୀୟ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପିତ କରିଥିଲେ ମଧ୍ୟ ଅଳ୍ପକେ ଟୋକିଓ ଅଲମ୍ପିକ୍ସ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି । ସୋମବାର ଅନୁଷ୍ଠିତ ୧୦୦ମିଟର ରେସରେ ଦୂତି ୧୧.୧୭ସେକେଣ୍ଡ ଅତିକ୍ରମ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।