<h3>ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଲୋକଙ୍କ ଜୀବନକୁ ହନ୍ତସନ୍ତ କରୁଥିବାବେଳେ ଅନେକ ଅଂଚଳରେ ଲାଗି ରହିଛି ପାଣି ସମସ୍ୟା ।କେଉଁଠି ଗାଁରେ ପାନୀୟ ଜଳରସୁବିଧା ନାହିଁ ତ ଆଉ କେଉଁଠି ଫେଲ ମାରିଛିବ ସୁଧା ଯୋଜନା ।ତେବେ ଏଭଳି ସମସ୍ୟା ସାମ୍ନାକୁ ଆସିଛି ରାଜନଗର ବ୍ଲକ ଡାଙ୍ଗମାଳ ପଂଚାୟତ ବଡଆଡିଆଗାଁରୁ ।ଏହିଗାଁରଲୋକମାନେ ଦୀର୍ଘଦିନ ହେବ ପାଣି ସମସ୍ୟା ଦେଇ ଗତି କରୁଛନ୍ତି । ଗାଁରେ ଚାରି ଚାରୋଟି ଟ୍ୟୁବୱେଲ ଅଛିସତ ।କିନ୍ତୁ ସେଥିରୁ କେଉଁଥିରେ ଲୁଣି ପାଣି ବାହାରୁଛି ତ ଆଉ କେଉଁଥିରେ ଜମା ବି ପାଣି ବାହାରୁନି । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଖରା ଗରମ ଲୋକଙ୍କୁ ହନ୍ତସନ୍ତ କରୁଥିବାବେଳେ ଏଭଳି ପାଣି ସମସ୍ୟାକୁ ନେଇ ଚିନ୍ତାରେ ବଡଆଡିଆ ଗ୍ରାମବାସୀ ।</h3> <h3>ଏହି ଗାଁ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି ! ନା ସ୍ଥାନୀୟ ନେତା ନା ପ୍ରଶାସନ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ସମୟର ନେତାମାନେ ଆସି ମିଠା ମିଠା କଥା କହି ମିଛ ପ୍ରଲୋଭନ ଦେଖାଇ ଟିୱଲ ବସାଇ ଦେବ କହି ଭୋଟ ଭିକ୍ଷା କରିଥିଲେ, ଆଉ ଗ୍ରାମବାସୀ ମଧ୍ୟ ତାଙ୍କ କଥାକୁ ମାନି ଭୋଟ ଦେଲେ, ଆଉ ଜିତିଯିବା ପରେ ଟିୱଲ୍ ବସାଇବା ଦୂରର କଥା ,ବିଧାୟକଙ୍କ ଆଉ ଦେଖା ସାକ୍ଷାତ ନାହିଁ କି ବଡ଼ଆଡିଆ ଗାଁର କୌଣସି ଭଲମନ୍ଦ ବୁଝିଲେ ନାହିଁ। ଏନେଇ ସରପଞ୍ଚଙ୍କ ପାଖରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ |</h3> <h3>ତେବେ ଖବର ପ୍ରସାରଣ ପରେ ସରକାର ଏହି ଗାଁ ଲୋକଙ୍କ ଦୁଃଖ ଶୁଣୁଛନ୍ତି ନା ଶୋଷରେ ଡହଳ ବିହଳ ହୋଉଥିବା ଗାଁ ଲୋକ ମାନଙ୍କର ଜୀବନ ଯିବାର ତାହା ଦେଖିବାକୁ ବାକି ରହିଲା ।</h3>