ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ହମଲା | ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି ୨ ଯବାନ | ଉଭୟ ସୈନିକଙ୍କୁ ଗୁରୁତର ଅବସ୍ଥାରେ ନାରାୟଣପୁରରୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଡିଆରଜି ଯବାନମାନେ ଆଜି ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏହି ସମୟରେ ଜିବଲାପଦର ରାସ୍ତାରେ ନକ୍ସଲମାନେ ଲଗାଇଥିବା କମାଣ୍ଡ ଆଇଡି ବିସ୍ଫୋରଣରେ ୨ ଡିଆରଜି ଯବାନ ଆହତ ହୋଇଛନ୍ତି । ଉଭୟ ଗୁରୁତର ଆହତ ଯବାନଙ୍କୁ ନାରାୟଣପୁର ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ଜଣେ ଯବାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ପଠାଯାଇଥିବା ଅତିରିକ୍ତ ଏସପି ନୀରଜ ଚନ୍ଦ୍ରାକର କହିଛନ୍ତି ।