ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ଆଜି ଆସିଛି ପୁଣି ଏକ ଟୁଇଷ୍ଟ । ଗାଏବ ଥିବା ଡାକ୍ତର ସୁମିତ ସାହୁ ସାମ୍ନାକୁ ଆସିଲେ । ଏକ ଅଡିଓ ରିଲିଜ ଜାରି କରି କହିଲେ ମୁଁ ନିଖୋଜ ବା ଫେରାର ହୋଇନାହିଁ , ବରଂ ଅସୁସ୍ଥତା ପାଇଁ ମୋ ସାଙ୍ଗ ଘରେ ବିଶ୍ରାମ ନେଉଛି । ଏଥିପାଇଁ ମୁଁ ମୋ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛି । ମୋତେ ପୁରା ବରବାଦ କରିଦେଲେଣି ଡିମ୍ପଲ । ମୁଁ ଅସୁସ୍ଥ ଥିବା ସତ୍ୱେ ଡିମ୍ପଲ ମୋ ନାଁରେ ଅପପ୍ରଚାର କରିଛନ୍ତି । ଅସୁସ୍ଥତା ଥିବାରୁ ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା ସେ କହିଛନ୍ତି । ୭ ଦିନ ରହିବା ପରେ ମଧ୍ୟ ଆମ ମଧ୍ୟରେ ସମ୍ପର୍କ କିଛି ବଢିନି । ସେ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି, ମିଡିଆ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ ନ କରନ୍ତୁ । ଲୋକଙ୍କ ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ମିଡିଆ ଆଗରେ ସେମିତି କିଛି ବୟାନ ଦିଅନ୍ତୁ ନାହିଁ ।
ସୂଚନାଯୋଗ୍ୟ, କୋର୍ଟ ଉଭୟଙ୍କୁ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିଲେ ଉଭୟଙ୍କ ଭିତରେ ଆତ୍ମିୟତା ବଢିବ ଓ ସମ୍ପର୍କ ସୁଦୃଢ ହେବ ବୋଲି କୋର୍ଟ ଏମିତି ଗୋଟିଏ ନିଷ୍ପତ୍ତି ଶୁଣାଇଥିଲେ। ହେଲେ ଭଡା ଘର ଖୋଜିବା ବାହାନାରେ ପତ୍ନୀ ଡିମ୍ପଲଙ୍କୁ ଛାଡି ଚମ୍ପଟ ମାରିଲେ ସୁମିତ୍। କିନ୍ତୁ ସୁମିତଙ୍କ ଓକିଲ କହିଥିଲେ ସେ ଫେରାର ହୋଇନାହାନ୍ତି। ତାଙ୍କ ଦେହ ଖରାପ ଅଛି। ସୁମିତ ଏମିତି ମିଛ କଥା କହି ଠକି ଚାଲିଛନ୍ତି ବୋଲି ଗୁରୁତର ଅଭିଯୋଗ କରୁଛନ୍ତି ଡିମ୍ପଲ । ଏହି ଘଟଣାର ଆଗାମୀ ଶୁଣାଣି ୧୭ ତାରିଖରେ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।