<h3>ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ । ପ୍ରତ୍ୟେକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ଅଚ୍ୟୁତ । କିଟ୍, କିସ୍ ର ପ୍ରତିଷ୍ଠାତା ତଥା ବିଜୁ ଜନତା ଦଳର ନେତା ଏବଂ କନ୍ଧମାଳର ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଜି ଏନେଇ ଡ. ସାମନ୍ତ ଘୋଷଣା କରିବା ସହ ଜୁନ ୯ ତାରିଖରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା କହିଛନ୍ତି । ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ । ଏହାସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜ ସେବା ପୂର୍ବପରି ଜାରି ରହିବ ।ସମାଜ ସେବାକୁ ଆହୁରି ବ୍ୟାପକ କରିବେ ବୋଲି ଡ. ସାମନ୍ତ କହିଛନ୍ତି । ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ । ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।</h3>