ଭୁବନେଶ୍ୱର,୧୩.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପିଆଜ ରସୁଣ ଚୋପା ଛଡେଇ ସାରିବା ପରେ ପ୍ରାୟ ମହିଳା ଏହାକୁ ଫିଙ୍ଗି ଦିଅନ୍ତି , କିନ୍ତୁ ଜାଣନ୍ତିକି ଏହି ସବୁ ଚୋପା ରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ପିଆଜ,ରସୁଣର ଚୋପାରେ ଭିଟାମିନ ଏ,ସି,ଇ ଓ ଅନ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ପିଆଜ ଚୋପାରେ ମୁଖ୍ୟ ଭାବେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ରହିଛି। ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଓ ବ୍ୟବହାର କରିବାର ଶୈଳୀ ବିଷୟରେ ଜାଣିବା ପରେ ଫୋପାଡିବା ପୂର୍ବରୁ ଥରେ ନିଶ୍ଚୟ ଚିନ୍ତା କରନ୍ତୁ।
ପିଆଜର ଚୋପାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମାଂସପେଶୀରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ। ପିଆଜ ଚୋପାକୁ ୧୦ -୨୦ ମିନିଟ ଯାଏଁ ପାଣିରେ ପକାଇ ଫୁଟାନ୍ତୁ। ଏହାକୁ ଛାଣି ରାତିରେ ଶୋଇବା ପୂର୍ବରୁ ଚା’ଭଳି ପିଅନ୍ତୁ।
ପିଆଜ ଓ ରସୁଣ ଚୋପାରେ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହା ତ୍ୱଚାର ଅନେକ ସମସ୍ୟା ଯେଭଳି କୁଣ୍ଡାଇ ହେବା,ଲାଲ ଦାଗ ସୃଷ୍ଟି ହେବା ଆଦିକୁ କମ କରିଥାଏ।
ଯେଉଁମାନଙ୍କର ଅନିଦ୍ରା ଭଳି ସମସ୍ୟା ରହିଛି ଏହାସହ ବାରମ୍ବାର ରାତିରେ ନିଦ ଭାଙ୍ଗୁଛି,ସେମାନଙ୍କ ପାଇଁ ପିଆଜ ଓ ରସୁଣ ଚୋପାର ଚା’ ଖୁବ ଉପକାରୀ ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ହୋଇ ଉତ୍ତମ ନିଦ ହୋଇଥାଏ।
ପିଆଜ ଓ ରସୁଣ ଚୋପାରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଏ ରହିଛି। ଏହି ଦୁଇ ଭିଟାମିନ ଚକ୍ଷୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ପିଆଜ ଓ ରସୁଣ ଚୋପା ଚା’ର ସେବନ କରନ୍ତୁ।
ଏଭଳି କରନ୍ତୁ ପ୍ରସ୍ତୁତ..
୩ କିମ୍ବା ୪ଟି ପିଆଜର ଚୋପା
୨ କପ ପାଣି
୧ ଚାମଚ ମହୁ
ପ୍ରଥମେ ପିଆଜ ଚେ।ପାକୁ ଧୋଇ ଗ୍ୟାସରେ ଏକ ପାତ୍ର ବସାଇ ପାଣି ରଖି ଚୋପାକୁ କିଛି ସମୟ ଫୁଟାନ୍ତୁ। ପାଣି ରଙ୍ଗ ଗାଢ ହେବା ପରେ ଏକ କପକୁ ଛାଣି ଅଳ୍ପ ମହୁ ମିଶାଇ ପିଅନ୍ତୁ।