ସ୍ୱାମୀ -ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମର | ସୁଖ ଦୁଃଖ ପ୍ରତି କ୍ଷେତ୍ରରେ ଦୁହେଁ ଦୁହିଁଙ୍କ ସାଥି | କିନ୍ତୁ ପାରିବାରିକ ବିବାଦ ଯୋଗୁ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥାଏ ଝଡ | ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ | ସ୍ତ୍ରୀର ଠେଙ୍ଗା ମାଡରେ ଜଣେ ସ୍ବାମୀ ହୋଇଛନ୍ତି ଗୁରୁତର ଆହତ |
ଗୁରୁବାର ବିଳମ୍ବିତ ରାତିରେ ମଙ୍ଗଳପୁର ଗ୍ରାମରେ ଏକ ପରିବାରରେ ଘରୋଇ ବିବାଦକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡା | ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପତ୍ନୀ ଜଣକ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ସ୍ୱାମୀ ଶୋକ ମୁଣ୍ଡାଙ୍କ ମୁଣ୍ଡକୁ ପିଟି ଦେଇଥିଲେ | ଫଳରେ ଶୋକ ମୁଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।