ଡ୍ୟୁଟି ସମୟରେ ରୋଗୀ ଦେଖା କୁ କେନ୍ଦ୍ରକରି ଡାକ୍ତରଙ୍କୁ ମାଡ଼ । ଚିକିତ୍ସାରେ ବିଳମ୍ବ କାରଣରୁ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ମେଡିକାଲ ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାକ୍ତର ଶୁଭାଶିଷ ଷଢଙ୍ଗୀଙ୍କୁ ରୋଗୀଙ୍କ ସଂପର୍କୀୟମାଙ୍କର ନିସ୍ତୁକ ମାଡ଼ । ମୁଣ୍ଡ, ମୁହଁ ଏବଂ ବେକରେ ରହିଛି କ୍ଷତଚିହ୍ନ । ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାର ୫ ଜଣ ଆକ୍ରମଣକାରୀଙ୍କୁ ଆରେଷ୍ଟ କରିଛି ଟାଙ୍ଗି ପୋଲିସ । ପୂର୍ବରୁ ମଧ୍ୟ ଅନେକଥର ଏପରି ଘଟଣା ଘଟିଆସିଛି । ବର୍ତ୍ତମାନ କୋରୋନାଠାରୁ ସାରା ବିଶ୍ୱକୁ ଆରୋଗ୍ୟ କରିବା ଦିଗରେ ଡାକ୍ତର ମାନଙ୍କର ମୁଖ୍ୟ ଭୂମିକା ରହିଛି। କିନ୍ତୁ ଗୋଟେ ପରେ ଗୋଟେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଦ୍ୱାରା ସମାଜରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଲାଗିଛି । ତେଣୁ ଉଭୟ ଡାକ୍ତର ଏବଂ ରୋଗୀ ଉଭୟ ଉଭୟଙ୍କ ପ୍ରତୀ ସହନଶୀଳତା ଏବଂ ବିଶ୍ୱାସ ଭାବ ରଖିବା ନିହାତି ଆବଶ୍ୟକ । #NNSODIA #ATTACKONDOCTOR #ODISHA