ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ | କାରଣ ଭଗବାନଙ୍କ ପରେ ଡାକ୍ତର ହିଁ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି | କିନ୍ତୁ ଜଣେ ଡାକ୍ତରଙ୍କ ସଂଘାତିକ ଭୁଲ ଯୋଗୁ ବିପଦରେ ପଡିଛନ୍ତି ମହିଳା | ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ଲଗାଇ ଦେଇଥିଲେ ଭୁଲ ଇଞ୍ଜେକ୍ସନ୍ | ଯାହାର ପରିଣାମ ଭୋଗିବାକୁ ପଡୁଛି ସମ୍ପୃକ୍ତ ମହିଳାଙ୍କୁ | ତେବେ ଭୁଲ ଇଞ୍ଜେକ୍ସନ୍ ଯୋଗୁ ମହିଳାଙ୍କ ହାତ ସଂକ୍ରମଣ ହୋଇଯାଇଥିବାରୁ ତାହାକୁ ଏବେ କାଟିବାକୁ ପଡିବ ବୋଲି କଟକ ବଡ଼ ମେଡିକାଲର ଡାକ୍ତର କହିଛନ୍ତି | ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକର କରମତାଳା ଗାଁରେ। ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି |
ସୂଚନା ଯୋଗ୍ୟ ଯେ, ସୁମିତ୍ରା ଗତ ମାସ ୭ ତାରିଖରେ ଟିଟିଲାଗଡ଼ ଡାକ୍ତରଖାନାକୁ ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର କରିବା ପାଇଁ ଯାଇଥଲେ। ଅସ୍ତ୍ରୋପ୍ରଚାର ପୂର୍ବରୁ ଡାକ୍ତର ଯାମିନୀ ମେହେର ତାଙ୍କ ହାତରେ ଏକ ଇଞ୍ଜେକ୍ସନ ଲଗାଇ ଥିଲେ। କିଛି ସମୟ ପରେ ତାଙ୍କ ହାତ ଜଳାପୋଡ଼ା ହୋଇଥିଲା | ଏ ନେଇ ପରିବାର ଲୋକେ ଅସ୍ତ୍ରୋପ୍ରଚାର ଦାୟିତ୍ୱରେ ଥିବା ଡାକ୍ତର ବଳରାମ ସାହୁ ଏବଂ ଯାମିନୀ ମେହେରଙ୍କୁ ଜଣାଇ ଥିଲେ। ଡାକ୍ତର ସବୁ ଦେଖି ସାଙ୍ଗେ ସାଙ୍ଗେ ତାଙ୍କ ଅସ୍ତ୍ରୋପ୍ରଚାର କରି ଘରକୁ ପଠେଇ ଦେଇଥିଲେ। ଘରକୁ ଆସିଲା ପରେ କିଛି ସମୟ ପରେ ସୁମିତ୍ରାଙ୍କ ହାତ ଆଉ କାମ କଲା ନାହିଁ | ଧୀରେ ଧୀରେ ତାଙ୍କ ହାତ କଳା ପଡିବାରେ ଲାଗିଲା | ଏଣୁ ସୁମିତ୍ରା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆସି ହାତ ଦେଖାଇଥିଲେ | ପରେ ବୁର୍ଲା ଓ କଟକ ଯାଇ ହାତ ଦେଖାଇ ଥିଲେ | ତେବେ ତାଙ୍କ ହାତ ସଂକ୍ରମଣ ହୋଇଯାଇଥିବାରୁ ତାଙ୍କ ହାତ କାଟିବାକୁ ପଡିବ ବୋଲି କଟକ ମେଡିକାଲରେ କହିଥିଲେ ଡାକ୍ତର। ଏଇ ଘଟଣା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି |
ଅନ୍ୟପକ୍ଷରେ ସୁମିତ୍ରାଙ୍କୁ ଭୁଲ ଇଞ୍ଜେକ୍ସନ୍ ଦେବା ଘଟଣାର ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ସୁମିତ୍ରାଙ୍କ ପରିବାରଲୋକେ ଟିଟିଲାଗଡ଼ ଥାନାରେ ଡାକ୍ତର ବଳରାମ ସାହୁ ଓ ତାଙ୍କ ସହଯୋଗୀ ଯାମିନୀ ମେହେରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ପରିବାର ବର୍ଗ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଘଟଣାର ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ଜିଲ୍ଲାପା