ଜୀବନର ପ୍ରତିଟି ସ୍ତରରେ ଉତ୍ଥାନ-ପତ୍ତନ ଲାଗି ରହିଥାଏ । ସେହିଭଳି ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବେଳେବେଳେ କିଛି ସମସ୍ୟା ବ୍ୟକ୍ତିଙ୍କ ଜୀବନରେ ଚିନ୍ତାର କାରଣ ପାଲଟିଯାଇଥାଏ । ଏନେଇ ଅନେକ ଚେଷ୍ଟା କରିବା ପରେ ମଧ୍ୟ ସମସ୍ୟାରୁ ମୁକୁଳିବା ପାଇଁ କୌଣସି ଉପାୟ ମିଳେନାହିଁ । ଜ୍ୟୋତିଷ ଶାସ୍ତ୍ରରେ ଏନେଇ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ଏହି ଉପାୟ ଆପଣେଇବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ କାର୍ଯ୍ୟ ନିର୍ବଘ୍ନରେ ସମାପ୍ତ ହେବା ସହ ଜୀବନରେ ଶାନ୍ତି ଲାଗି ରହିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଉପାୟ?
ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ସେହି ଦିନ ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସଫା ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କୁ ଧ୍ୟାନ କରି ଫୁଲ, ଦୀପ-ଧୂପ ଏବଂ ଦୁବ ଆଦି ଅର୍ପଣ କରନ୍ତୁ । ଏଥିସହ ଗୁଡରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରନ୍ତୁ ।
ଏହାପରେ ଭଗବାନ ଗଣେଶଙ୍କ ସମ୍ମୁଖରେ ବସି ଜପ ମାଳା ଧରି ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ । ଏଥିସହ ଘରୁ ବାହାରିବା ସମୟରେ ଗଣେଶଙ୍କୁ ଅର୍ପଣ କରିଥିବା ଦୁବ କୁ ନିଜ ପାଖରେ କିମ୍ବା ପର୍ସରେ ରଖି ଯାତ୍ରା କରନ୍ତୁ । ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କ କାମ ଜଲଦି ପୁରା ହେବା ସହ ନିର୍ବଘ୍ନରେ ସମାପ୍ତ ହେବ ।
ସେହିଭଳି ପତି-ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲେ ଏହାର ସମାଧାନ ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଉପାୟ ଉଲ୍ଲେଖ କରାଯାଇଛି । ଉଲ୍ଲେଖ ଅନୁଯାୟୀ ଯଦି ଆପଣଙ୍କ ଘରେ ମଧ୍ୟ ଏଭଳି ସମସ୍ୟା ଲାଗି ରହିଥାଏ ତେବେ ପତି ନିଦରେ ଶୋଇଥିବା ସମୟରେ ଗୋଟିଏ ନଡ଼ିଆ, ୭ଟି ଗୋମତି ଚକ୍ର ଏବଂ ଅଳ୍ପ କିଛି ଗୁଡ ନେଇ ଏକ ହଳଦିଆ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ । ଏବେ ସେହି ପୁଟୁଳିକୁ ପତିଙ୍କ ଚାରିପଟେ ୭ଥର ବୁଲାଇବା ପରେ ବହି ଯାଉଥିବା ନଦୀରେ ଭସାଇ ଦିଅନ୍ତୁ । ଏଥିସହ ନିୟମିତ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ।