ଆଜି ଠାରୁ ଆରମ୍ଭ ହୋଇଛି ଜ୍ୟେଷ୍ଠ ମାସ । ଏହି ମାସରେ ଅଧିକା ଗରମ ହୋଇଥାଏ ବୋଲି କୁହାଯାଇଥାଏ । ଏହି ମାସରେ ଧରିତ୍ରୀ ଉପରେ ସୂର୍ଯ୍ୟଙ୍କ ତେଜ୍ କିରଣ ପଡିଥାଏ । ଏଥିସହ ଗରମ ପବନ ମଧ୍ୟ ବହିଥାଏ । ହିନ୍ଦୁ ଧର୍ମ-ଶାସ୍ତ୍ର ଅନୁଯାୟୀ ଜ୍ୟେଷ୍ଠ ମାସରେ ବରୁଣ ଦେବଙ୍କ ପୂଜା କରାଯାଇଥାଏ ଏବଂ ଏହି ମାସରେ ପାଣିର ସଠିକ୍ ଉପଯୋଗ କରିବା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ଏଥିସହ ଅନ୍ୟ କିଛି ନିୟମ ରହିଛି, ଯାହା ଏହି ପାଳନ କରିବା ଜରୁରୀ । ନଚେତ୍ ଖରାପ ପ୍ରଭାବର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଜ୍ୟେଷ୍ଠ ମାସରେ କ’ଣ କରିବା ଉଚିତ୍ କ’ଣ ଅନୁଚିତ୍?
-ଧର୍ମଶାସ୍ତ୍ର ଅନୁଯାୟୀ ଜ୍ୟେଷ୍ଠ ମାସରେ କେବଳ ଗୋଯଇଏ ସମୟ ଶୋଇବା ଉଚିତ୍ । ଅର୍ଥାତ ଅପରାହ୍ନରେ ଶୋଇବା ଉଚିତ୍ ନୁହେଁ । କୁହାଯାଇଥାଏ ଏହି ମାସରେ ଅପରାହ୍ନରେ ଶୋଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ ।
-ସେହିଭଳି ଜ୍ୟେଷ୍ଠ ମାସରେ ଦିନ ୧ ରୁ ୪ ଟା ପର୍ଯ୍ୟନ୍ତ ବାହାରକୁ ବାହାରନ୍ତୁ ନାହିଁ । କାରଣ ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି କାରଣରୁ ଅତି ଆବଶ୍ୟକ କାମ ଥିଲେ ଘରୁ ବାହାରନ୍ତୁ ନଚେତ୍ ଘରେ ରୁହନ୍ତୁ ।
-ସେହିଭଳି ଏହି ମାସରେ ପାଣି ନଷ୍ଟ କରିବା ଠାରୁ ଦୂରେଇ ରହନ୍ତୁ । କାରଣ ଅଯଥାରେ ପାଣି ନଷ୍ଟ କରିବା ଦ୍ୱାରା ଦେବୀ-ଦେବତା ରାଗିବା ସହ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ଏହି କାରଣରୁ ଦେଖିଚାହିଁ ପାଣିର ଉପଯୋଗ କରନ୍ତୁ ।
-ସବୁଠାରୁ ବଡ଼ କଥା ହେଉଛି ଜ୍ୟେଷ୍ଠ ମାସରେ ମଙ୍ଗଳବାରର ବିଶେଷ ମହତ୍ତ୍ୱ ରହିଥାଏ । ଏହି ମାସର ମଙ୍ଗଳବାର ଦିନ କେବେ ବି ଭୁଲରେ କରଜ ଟଙ୍କା ଆଣନ୍ତୁ ନାହିଁ କି କାହାକୁ କରଜ ଟଙ୍କା ଦିଅନ୍ତୁ ନାହିଁ । କାରଣ ଭୁଲରେ ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ ।