ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୩): ଡିଜେ ଅକ୍ଷୟଙ୍କୁ ନେଇ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଚଳାଇଛି । ପୁଲିସ ତଦନ୍ତ ୪ ଦିନରେ ପହଞ୍ଚିଲାଣି । ହେଲେ ବ୍ଲାକ୍ମେଲିଂର ସୁରାକ୍ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ତେବେ ଏକ କନ୍ଫରେନ୍ସ କଲକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଯାହାକୁ ଦୁଇ ଯୁବତୀ ଏବଂ ଏଜେକ୍ସ ସହ ବାର୍ତ୍ତା ଆଳାପକୁ ନେଇ ହୋଇଥିବା ଚର୍ଚ୍ଚା ଯୋର ଧରିଛି । ପୁଲିସ ସିଡିଆର୍ରେ ମଧ୍ୟ ଏକ କନ୍ଫରେନ୍ସ କଲର ସୂଚନା ମିଳିଛି । ଏହା ବୋଧ ହୁଏ ଆତ୍ମହତ୍ୟାର କାରଣ ହୋଇଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି । ଉକ୍ତ କନ୍ଫରେନ୍ସ କଲରେ ବାନ୍ଧବୀଙ୍କ ସମେତ ଆଉ ଜଣେ ଯୁବତୀ ରହିଛନ୍ତି । ତାଙ୍କୁ ମଧ୍ୟ ତଦନ୍ତ ପରିସରଭୂକ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଏହା ମଧ୍ୟରେ ପୁଲିସ ଅକ୍ଷୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ସାରିଲାଣି । ବାନ୍ଧବୀ ଜିଜ୍ଞାସାଙ୍କୁ ତାଙ୍କ ଘରେ ଯାଇ ଏକ ଘଣ୍ଟା ଧରି ଜେରା କରାଯାଇଛି ।
ଏହା ବ୍ୟତିତ ଅକ୍ଷୟଙ୍କ ଏକାଧିକ ମେଲ୍ ଏବଂ ଭଏସ୍ ନୋଟରୁ କେଉଁଠାରେ ବି ବ୍ଲାକ୍ମେଲିଂ କଥା କୁହାଯାଇ ନାହିଁ କିମ୍ବା ଲୋଖାଯାଇ ନାହିଁ । ଅକ୍ଷୟଙ୍କ କିଛି ସାଙ୍ଗସାଥି ଆତ୍ମହତ୍ୟା ପଛରେ ବ୍ଲାକ୍ମେଲିଂ ଭିଡିଓକୁ ନେଇ ଗଣମାଧ୍ୟମକୁ କହିଥିଲେ । ସେସବୁର କିଛି ପ୍ରମାଣ ଅକାରରେ ପୁଲିସକୁ ମିଳିନି । ତେଣୁ ଏହା ବ୍ଲାକ୍ମେଲିଂ ନୁହେଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ପୁଲିସକୁ ମିଳିଥିବା ସିଡିଆରରେ ଆତ୍ମହତ୍ୟାର ରହସ୍ୟ ସ୍ପଷ୍ଟ ହେବ ବୋଲି ମୁଳରୁ ପୁଲିସ କହୁଥିଲା । ତେବେ ସିଡିଆରରେ ଏକ କନ୍ଫରେନ୍ସ କଲର ରେକର୍ଡ ମିଳିଛି । ଏହି କନ୍ଫରେନ୍ସ କଲ ହିଁ ଆତ୍ମହତ୍ୟାର କାରଣ ପାଲଟିଛି ବୋଲି ପୁଲିସ ଅନୁମାନ କରୁଛି । ତେବେ ପୁଲିସର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ଏହି କନ୍ଫରେନ୍ସ କଲ୍ରେ ଡିଜେ ଏଜେକ୍ସଙ୍କ ସମେତ ତାଙ୍କ ବାନ୍ଧବୀ ଏବଂ ଅନ୍ୟ ଜଣେ ଯୁବତୀ ରହିଛନ୍ତି । ୩ ଜଣ ଏପରି କଣ କଥା ହେଲେ ତାହାକୁ ପୁଲିସ ସନ୍ଦେହ କରୁଛି । କିଛି ଦିନ ତଳେ ଜିଜ୍ଞାସାଙ୍କୁ ଜେରା ବେଳେ ଆଉ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଜିଜ୍ଞାସା ପୁଲିସକୁ କହିଥିଲେ । ଏହି ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ଛନ୍ଦି ହୋଇଥିଲେ । ଅକ୍ଷୟ ଏବଂ ଜିଜ୍ଞାସା ଏବଂ ଆଉ ଜଣେ ଯୁବତୀ । ତେବେ କନ୍ଫରେନ୍ସ କଲରେ ମଧ୍ୟ ସମ୍ପୃକ୍ତ ଯୁବତୀ ସେଦିନ ଥିଲେ । ଦୁଇ ଯୁବତୀ ଅକ୍ଷୟଙ୍କ ସହ କଥା ହେଲେ । ଏହା ପରେ କଣ ଏପରି ହେଲା କେହି ଆଉ ଅକ୍ଷୟଙ୍କ ସହ କଥା ହୋଇ ନ ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଏହି କନ୍ଫରେନ୍ସ କଲ ପରେ ହିଁ ଆତ୍ମହତ୍ୟା ଘଟିଥିବା ପୁଲିସ ଅନୁମାନ କରୁଛି ।