ଜଗତସିଂହପୁର ଜିଲ୍ଲା ସଦର ଥାନା ସଲାଣ୍ଟି ଗାଁରେ ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତକ ଜଣକ କୋରୁଆ-ସଲାଣ୍ଟି ଗାଁର ଅଜୟ ମଳିକଙ୍କ ପୁଅ କାର୍ତ୍ତିକ ମଲିକ । ସୂଚନା ଅନୁଯାୟୀ ନଦୀରେ ଗାଧୋଇବା ସମୟରେ ବୁଡି ଯିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ କାର୍ତ୍ତିକ ଗଣ୍ଡ ମଧ୍ୟକୁ ଚାଲିଯାଇଥିଲେ ।ଫଳରେ ବହୁ ଖୋଜାଖୋଜି ପରେ କାର୍ତିକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ କାର୍ତ୍ତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଆଜି ପାଲଲହଡା ବିଜେପି ମଣ୍ଡଳ ପକ୍ଷରୁ ମା କୁଣ୍ଢେଇବିରା ଛକ ଉପରେ ବିକ୍ଷୋଭ ରାଲ୍ଲୀ ହେବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ଜିଲ୍ଲା ମହିଳା ମୋର୍ଚା ସାଧାରଣ ସମ୍ପାଦିକା ରଂଜିତା ନାଥ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଏହି ବିକ୍ଷୋଭ ରେ ସାମିଲ ହୋଇ ରାଜ୍ୟସରକାର ଙ୍କ ଗୃହବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କର ଇସ୍ତଫା ଦାବି କରିଥିଲେ l ଏଥିରେ ବିଜେପି ନେତା ଅଶୋକ ମହାନ୍ତି, ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ଲିଙ୍ଗରାଜ ଦାସ, ଏବଂ ପାଲଲହଡା ରାଜକୁମାର ବାଲକ୍ରିଷନ ପାଲ ପ୍ରମୁଖ ଉପସ୍ଥିତ ହୋଇ ଏହି ଘଟଣା ରେ ସମ୍ପୃକ୍ତି ଥିବା ମନ୍ତ୍ରୀ ଙ୍କ ଇସ୍ତଫା ପତ୍ର ଦାବି କରିବା ସହିତ ସରକାରଙ୍କର ମନମୁଖୀ ଦୁର୍ନୀତି କାର୍ଯ୍ୟ କୁ ଭର୍ଚ୍ଛନା କରିଥିଲେ l ଶେଷରେ ଦିବ୍ୟଶଙ୍କର ଙ୍କର କୁଶପୁତ୍ତଳିକା ଦାହ କରିଥିଲେ
ଗଞ୍ଜେଇ ଭର୍ତ୍ତି କାର୍ ଜାତୀୟ ରାଜପଥରେ ଅତିକ୍ରମ କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇ ଧରପଗଡ କରାଯାଇଥିଲା। ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ର ଦୀକ୍ଷିତିପଡା ଛକ ନିକଟରୁ ଜବତ ହୋଇଛି ।ଜବତ କାର୍ ମଧ୍ୟରୁ ୩୧.୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତୀପଡା ଗ୍ରାମର ଶେକ୍ ମୁବାରକ୍ , ଫେରାର ହୋଇ ଯାଇଥିବା ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଏହି ଗଞ୍ଜେଇ ଘଟଣାରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ସେ-ସବୁର ଖଳତାଡ ଆରମ୍ଭ କରିଛନ୍ତି
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ରାମକୃଷ୍ଣପୁର ପଂଚାୟତରେ ଆଜି ସକାଳୁ ଏକ ଜଙ୍ଗଲୀ ହାତୀର ଉପଦ୍ରଵ। ଗହୀର ଧାନ ବିଲରେ ହାତୀପ୍ରବେଶ କରି ବ୍ୟାପକ ଧାନଫସଲ ନଷ୍ଟକରିଛି । ଫଳରେ ଲୋକେ ଆତଙ୍କିତହୋଇପଡିଛନ୍ତି। ହାତୀ ଟି ଛତିଆ ନିକଟସ୍ଥ ଅମରାବତୀ ଜଙ୍ଗଲ ରୁ ଚାଲି ଆସିଥିବା ବନ ବିଭାଗ କହିଛନ୍ତି। ବନବିଭାଗ କୁ ଖବର ଦେବାପରେ ହାତୀ କୁ ଘଉଡେଇବାକୁ ଭୁବନେଶ୍ୱର ବନ ସିଟି ଡିଭିଜନ, ଚଣ୍ଡିଖୋଲ ବନ ବିଭାଗ, କଟକ ଉପଖଣ୍ଡ ବନ ବିଭାଗ ଓ ସାଲେପୁର, ନିଶ୍ଚିନ୍ତକୋଇଲି ପୋଲିସ ର କର୍ମଚାରୀ ଓ ଅଫିସର ମାନେ ଲାଗିପଡି ଛନ୍ତି। ହାତୀର ଉପଦ୍ରଵ ଦ୍ଵାରା ଶତାଧିକ ହେକ୍ଟର ଧାନଫସଲ ନଷ୍ଟ ହୋଇ ଯାଇଥିବା ସୂଚନାମିଳିଛି । କଟକ ଜଙ୍ଗଲ ବିଭାଗ ଏ ସି ଏଫ ଙ୍କ ନେତୃତ୍ୱ ରେ ହାତୀ ଘାଉଡେଇବା କାର୍ଯ୍ୟ ଚଲାଇଥିବା ଜଣାପଡିଛି।
କଳିଆପାଣି ଥାନା ଅନ୍ତର୍ଗତ କାଟେଣୀ ରେଙ୍ଗାଲି ରାସ୍ତା ନିକଟସ୍ଥ ସୁରକ୍ଷା ସିମେଣ୍ଟ ବାଡ଼ରେ ଏକ ବୋଲର ଦୁର୍ଘଟଣାରେ କରଡ଼ାଗାଡ଼ିଆ ଗ୍ରାମର ଦୁଇ ପରିବାରରୁ ଜଣେ ମୃତ , ପାଞ୍ଚଜଣ ଗରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ ଶନିବାର ଅପରାହ୍ନ ସମୟରେରେ ଏକ ବୋଲେରରେ ପରିବାର ଲୋକ ବୁଲିବାକୁ ଯାଇଥିଲେ। । ଦୁର୍ଘଟଣା ଘଟିଥିବା ବୋଲେରଟିର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୋଲେରୋଟି ଘଟଣାସ୍ଥଳରେ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ବୋଲେର ଗାଡ଼ିଟିରେ ମୋଟ ୬ ଜଣ ଥିବାବେଳେ ଅନ୍ୟ ୫ ଜଣଙ୍କୁ ଆହତ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
କଟକ ଜିଲ୍ଲା ଚୌଦ୍ଵାର ର ଐତିହାସିକ ଦଶହରା ଯାତ୍ରାର ଭାଷାଣି ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ୧୦୦ ବର୍ଷରୁ ଉର୍ଦ୍ଧ୍ବ ୪୩ ଖଣ୍ଡ ମେଢ଼କୁ ନେଇ ଅନୁଷ୍ଠିତ ଏହି ଯାତ୍ରା କରୋନା କଟକଣା ପାଇଁ ଫିକା ପଡିଯାଇଥିଲା। ଏହି ଯାତ୍ରାର ସୁରକ୍ଷା ପାଇଁ କଟକ ଜିଲ୍ଲା ଡ଼ିସିପି ପ୍ରତୀକ ସିଂ , ଆଡ଼ିସିନାଲ ଡ଼ିସିପି , ଯୋନ ୧ ଏସିପି , ଚୌଦ୍ଵାର ଥାନା ଆଇଆଇସି ଙ୍କ ସହ ୫୦ ଜଣ ଅଫିସର ଓ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଚୌଦ୍ଵାର ଦଶହରା ରୂପଯାତ୍ର କମିଟି କମିଟି ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ରେ ଯାତ୍ରାର ସମାପ୍ତି ପାଇଁ ବହୁ ପଦକ୍ଷେପ ନିଆଯାଇଥିଲା ।
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବଛାଳ ଗ୍ରାମ ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖାଯାଇଛି । ସୁଚନା ଅନୁଯାଇ ଉକ୍ତ ବିଦ୍ୟାଳୟରେ ନୁତନ ପରିଚାଳନା କମିଟି ଗଠନ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ଚଇନି ସମସ୍ତ ଅଭିଭାବକ ମାନକୁ ଡକାଇ ଏକ ବୈଠକ କରିଥିଲେ ।ସୋହି ବୈଠକରେ ସଦସ୍ଯ ଚୟନ ସମୟରେ ସେଠାରେ ବିଜେଡି ଓ କଂଗ୍ରେସ ମଧ୍ଯରେ ଜୁକ୍ତି, ତର୍କ ହୋଇଥିଲା । ପର ପକ୍ଷରେ କଂଗ୍ରେସ ସମର୍ଥକ ମାନେ ଏହାକୁ ବିରୋଧ କରି ଉକ୍ତ ପ୍ରଧାନ ଶିକ୍ଷକ ଙ୍କୁ ଦିର୍ଘ ସମୟ ଏକ ଘରେ କୋଲପ ପକାଇ ଅଟକ ରଖିଥିଲେ ।ଏହି ଘଟଣା ନାଉଗାଁ ପୁଲିସି ଯାଣିଲା ପରେ ଉକ୍ତ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଉଧାର କରିଥିବା ଦେଖାଯାଇଛି ।