ମହିଳା ସଶକ୍ତି କରଣ ପାଇଁ କେନ୍ଦ୍ରାପଡା ବ୍ଲକର କପାଳେଶ୍ବର ପଞ୍ଚାୟତରେ ବ୍ଲକ ସ୍ତରୀୟ ସିଲାଇ କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜ ଏହାକୁ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏଠାରେ ସିଲାଇ ଶିଖିଥିବା ମହିଳାମାନେ ବିଭିନ୍ ଶିଶୁ ଓ ମହିଳା ମାନଙ୍କ ପାଇଁ ପୋଷାକ ତିଆରି କରିବେ ଓ ସେଗୁଡିକୁ ବିକ୍ରୟକରାଯାଇ ଲାଭାଂଶ ଗୁଡିକୁ ଏହି ମହିଳା ମାନଙ୍କ ମଧ୍ୟରେ ଭାଗ କରାଯିବ । ଫଳରେ ସେମାନେ ଅଧିକ ରୁ ଅଧିକ ରୋଜଗାର କରିବାର ସୁଯୋଗ ପାଇବେ । ଏହାଛଡା ଯେଉଁ ମହିଳା ମାନେ ନୂଆକରି ଶିଲାଇ ଶିଖି ସିଲାଇକୁ ଜୀବିକା କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଏଠାରେ ତାଲିମ ଦିଆଯିବ । ଫଳରେ ଏଠାରୁ ତାଲିମପ୍ରାପ୍ତ ମହିଳାମାନେ ମଧ୍ୟ ଏଠାରେ ନିଜର ଶ୍ରମଦାନକରି ସିଲାଇ କରି ଜୀବିକା ବଢାଇବାର ସୁଯୋଗ ପାଇବେ । ଏହି ପ୍ରକଳ୍ପରେ ଜିଲ୍ଲା ମିଶନଶକ୍ତି ୫ ଲକ୍ଷ ଟଙ୍କା ବିନିଯୋଗ କରିଛି । କେନ୍ଦ୍ରାପଡା ବ୍ଲକ୍ ର ଗୁଲନଗର,ବାରୁଅ ଓ କପାଳେଶ୍ବର ତିନୋଟି ପଞ୍ଚାୟତ ର ମହିଳା ମଣ୍ଡଳ ସ୍ବୟଂସହାୟକ ଗୋଷ୍ଠୀ ଏଥିରେ ଉପକୃତ ହେବେ ।
ଗଙ୍ଗଦା ବଜାରରୁ ବିପୁଳ ପରିମାଣର ଗଞେଇ ଜବତ କଲା ନାଉଗାଁ ପୁଲିସି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା ବଜାରରୁ ଏକ ହୋଣ୍ଡା ଆଟିଭା ସୃଟି ସହିତ ବିପୁଳ ପରିମାଣର ଗଞେଇ ନାଉଗାଁ ପୁଲିସି ଜବତ କରିଥିବା ଦେଖାଯାଇଛି । ସୁଚନା ନେବାରୁ ଜଣାଯାଏ ବାଲିକୁଦା ବ୍ଲକ ଅନ୍ତର୍ଗତ ଇଶ୍ଵର ପୁର ଗ୍ରାମର ମନୋଜ ଲେଙ୍କା ନାମକ ଜଣେ ଯୁବକ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଗାଡିରେ ବିଫୁଳ ପରିମାଣର ଗଞେଇ ନେଇ ନୁଆ ହାଟ ଅଭିମୁଖେ ଯାଉଥିବା ର ନାଉଗାଁ ପୁଲିସି କୈଣସି ସୂତ୍ରରୁ ଖବର ପାଇଁ ପୂର୍ବରୁ ଗଙ୍ଗଦା ବଜାରରେ ଜଗିବସିଥିଲା । ମନୋଜ ଗଙ୍ଗଦା ବଜାର ଦେଇ ନୁଆ ହାଟ ଅଭିମୁଖେ ଜିବାସମୟରେ ନାଉଗାଁ ପୁଲିସି ତାକୁ କାବୁକରୀ ଥାନାକୁ ଆଣିଥିଲା । ମନୋଜ ପାଖରୁ ୧୧ କିଲୋ ଗଞ୍ଜେଇ ସହିତ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଓ ଏକ ମେବାଇଲ କୁ ପୁଲିସି ଜବତ କରିବା ସହିତ ଏକ ମାମଲା ରୁଜୁ କରି ମନୋଜକୁ କୋଟଚାଲାଣ କରିଥିବା ଦେଖାଯାଇଛି ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ତାଳପଡା ପଞ୍ଚାୟତ ର ତାଳପଡା ଗ୍ରାମରେ ସୁଦର୍ଶନ ସାହୂ ଙ୍କ ଘରେ ଭଡା ସୂତ୍ରରେ ରହୁଥିଲେ 20ବର୍ଷର ତୁଷାରକାନ୍ତ ପ୍ରଧାନ ଓରଫ ସାନୁ ନାମକ ଜୈନିକ ଯୁବକ ,, ସୂଚନା ମୁତାବକ ଜଟାଧାରୀ ଫନିଚର ରେ କାରିଗର ଭାବେ କାର୍ଯ୍ୟ କରୁଥିବା ସାନୁଙ୍କ ଘର ନୟାଗଡ ବୋଲି ଜଣା ପଡିଛି, ପଙ୍ଖା ରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଦେହର ପାଦ ଦୁଇଟି ତଳେ ଲାଗି ଥିବାର ଦେଖିବାକୁ ମିଳିଛି,ପାଣ୍ଟ ଟି ଖସି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଥିବାବେଳେ, ପାରିପାର୍ଶ୍ଵିକ ସ୍ତିତିରୁ ଏହାକୁ ଏକ ହତ୍ୟା ସନ୍ଦେହ କରି ତାର ଭାଇ ଘଟଣା ସ୍ଥଳରେ ପହଞ୍ଚି ତିର୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ , ସ୍ଥାନୀୟ ବିଧାୟକ ଙ୍କୁ ଜଣାଇବା ସହ ଏହାର ଏକ ବିଧିବଦ୍ଧ ତଦନ୍ତ କରି ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି ।
କଟକରେ ଚାଲିଛି ମା ଦୁର୍ଗାଙ୍କ ଭଷାଣୀ ପର୍ବ। ସମ୍ପୁର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ମା ଙ୍କ ଭଷାଣୀ ଜାରି ରହିଛି। ସହରର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସମେତ ହରପାର୍ବତୀଙ୍କ ମୂର୍ତ୍ତି କୁ ଦେବୀଗଡା ଠାରେ ବିସର୍ଜିତ କରାଯାଇଛି। ମଣ୍ଡପରୁ ମା ଦୁର୍ଗା ବାହାରି ମୁଖ୍ୟ ରାସ୍ତା ଦେଇ ପୋଲିସ କର୍ଡନ୍ ମଧ୍ୟରେ ବିସର୍ଜିତ ସ୍ଥଳକୁ ଅଣାଯାଇଥିଲା। ଆଉ ସୀମିତ ସଂଖ୍ୟାରେ କର୍ମକର୍ତ୍ତାମାନେ ମେଢ ସହ ଆସି ପହଞ୍ଚି ଥିଲେ ବିସର୍ଜନ ସ୍ଥାନ ଦେବୀଗଡାକୁ। ଦେବୀଗଡାରେ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯାଇଥିଲା। ଦେବୀଗଡା ସମେତ ଅନ୍ୟ ୫ ଟି ସ୍ଥାନକୁ ମିଶାଇ ଉଭୟ କାଠଯୋଡ଼ି ଏବଂ ମହାନଦୀର ବାଲିଶଯ୍ୟାରେ କୃତ୍ରିମ ପୋଖରୀ କରାଯାଇ ମୂର୍ତ୍ତି ଗୁଡିକ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ୫ ଦିନ ମଣ୍ଡପରେ ରହିବା ପରେ ସହରବାସୀଙ୍କ ଠୁ ବିଦାୟ ନେଇଛନ୍ତି ଜଗତଜନନୀ।କରୋନା ପାଇଁ ଦୁଇବର୍ଷ ହେବ ଦେବୀଗଡା ପୁରା ଖାଁ ଖାଁ ପରିବେଶ ଲାଗିଥିଲା। ଏହିଭଳି ଭଷାଣୀ ପର୍ବ ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ପୂଜା କମିଟିର କର୍ମକର୍ତ୍ତାମାନେ। ଆସନ୍ତାବର୍ଷକୁ ଯେପରି କରୋନା ମହାମାରୀ ହଟିଯାଉ ଏବଂ ପୁଣିଥରେ ପୁର୍ବ ଅବସ୍ଥା ଫେରିପାଉ ବୋଲି କହିଛନ୍ତି ପୃଜା କମିଟିର ସଦସ୍ୟ ମାନେ ।