ମହାମାରୀ କରୋନାର କରାଳ ଗ୍ରାସରୁ ମୁକ୍ତି ପାଇବା ପାଇଁ ସମଗ୍ର ଭାରତବାସୀଙ୍କୁ ସଚେତନ କରିବା ନିମନ୍ତେ ନିରସ୍ତ୍ର ସୈନିକ ସାଜି ଆଜକୁ ୫୪୦ଦିନ ଧରି ଲଢ଼ିଆସିଛି ଭାରତର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଓଡ଼ିଶା ରାଜ୍ୟର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁରସ୍ଥିତ ଏହି ସଙ୍ଗଠନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ଗରିବ,ଅସହାୟ ମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର, ମାକ୍ସ,ସାବୁନ,ସାନିଟାଇଜର ଆଦି ସହାୟତା ଯୋଗାଇ ଆସୁଥିବାର ଦେଖିବାକୁ ମିଳିଛି।
ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଗ୍ରାମପଞ୍ଚାୟତ ଅଧିନସ୍ଥ ସୁକରଣ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ । ଗୁରୁତ୍ବର ଆହତ ହୋଇ ଦୁଇଗୋଷ୍ଠୀ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ପକ୍ଷଙ୍କ ତରଫରୁ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।
ନେମାଳ ସ୍ଥିତ ଗୋଖରା ମିନିଷ୍ଟାଡିୟମ୍ ର ଶୁଭ ଶିଳାନ୍ୟାଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଏହି ଷ୍ଟାଡିୟମ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ବିକାଶ ହୋଇପାରିବ ଓ ବିଧାୟକ ଙ୍କ ଏକବର୍ଷ ର ସମସ୍ତପାଣ୍ଠିକୁ ଷ୍ଟାଡିୟମ ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରକାଶ କରିଥିଲେ।
ଜଗତସିଂହପୁର ତିର୍ତ୍ତୋଲ ସ୍ଥିତ ଶାରଳା ରାଇସ ମିଲ୍ ନିକଟସ୍ଥ ମହାନଦୀରେ ଏକ ଅଚିହ୍ନା ମରଶରୀର ଭାସୁଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ତିର୍ତ୍ତୋଲ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ | ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଉଦ୍ଧାର କରିଥିଲେ । କିନ୍ତୁ ତିର୍ତ୍ତୋଲ ଥାନା ଘଟଣାସ୍ଥଳରୁ ମାତ୍ର ଦୁଇରୁ ତିନି କିଲୋମିଟର ହୋଇଥିଲେ ମଧ୍ୟ ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ପରିଚୟ ମଧ୍ୟ ମିଳିପାରିନାହିଁ |
ସୁକିନ୍ଦା ବନବିଭାଗ ଅଧିନସ୍ଥ ସାରଙ୍ଗପୁର ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରୁ ଏକା ସହିତ ଏକାଧିକ ବିଷଧର ନାଗ ସାପ ଉଦ୍ଧାର କରାଯାଇଛି । ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟାଜିତ ବେହୁରା ସାପଟିକୁ ଉଦ୍ଧାର କରିବା ସହିତ ସାପ ଅଣ୍ଡା ଦେଇଥିବା 4 ଗୋଟି ଅଣ୍ଡାକୁ ଉଦ୍ଧାର କରି କୁତ୍ରିମ ଉପାୟରେ ସାପ ଛୁଆ ଜନ୍ମ ହେବାପରେ ସୁକିନ୍ଦା ବନବିଭାଗ ସହଯୋଗରେ ସୁକିନ୍ଦା ପାଖ ଜଙ୍ଗଲରେ ସୁରକ୍ଷିତ ଉପାୟରେ ଛାଡି ଦିଆ ଯାଇଛି ।
#districtnews #NNSODIA