କେନ୍ଦ୍ରାପଡା ସହରର ବାୟାମଠ ଓ କଳ୍ପନା ଫିଲିଂଷ୍ଟେସନ ନିକଟରେ ଏକ ୧୦୮ ଆମ୍ବୁଲାନସରେ ନିଆଁ ଲାଗିଯାଇଛି । ନିଆଁ କିପରି ଲାଗିଲା ତାହା ଜଣାପଡିନଥିବାବେଳେ ଏହା ଇଞ୍ଜିନର ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।ଏହି ଆମ୍ବୁଲାନ୍ସଟି କଟକ ବଡ ଡାକ୍ତରଖାନାରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ସମୟରେ ଏହି ଦୃଘଟଣା ଘଟିଛି । ଏହି ସମୟରେ ଗାଡି ଭିତରେ ଥିବା ଫାର୍ମାସିଷ୍ଟ ସହାୟକ ଗାଡିରୁ ଓହ୍ଲାଇ ପଡିଥିଲେ । ଫାୟାର ଏକ୍ସଟିଗୁଇସରରୁ ଧୂଆଁ କାମ କଲାନି ସ୍ଥାନୀୟ ଲୋକେ ବାଲଟିରେ ପାଣି ଆଣି ନିଆକୁ ଆୟତ କରିଛନ୍ତି । ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ କରିଛି
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର କାନୁନଗୋଙ୍କ ଘରୁ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଛି । ବିଳମ୍ବିତ ରାତିରେ ଘରପଛପଟ ଝରକା ଭାଙ୍ଗି ଘରଭିତରେ ପଶି ଲୁଟିନେଇଛନ୍ତି ବୋଲି ସନ୍ତୋଷ କୁମାର କାନୁନଗୋ ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଥାନା ଏବଂ ଫୋରେନ୍ସିକ୍ ଟିମ ପକ୍ଷରୁ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି ସନ୍ତୋଷ କୁମାର କାନୁନଗୋ ।
ପବିତ୍ରଗୁରୁଦିବସ ଅବସରରେ ଗୁରୁପ୍ରତିଭା ସମ୍ମାନ ସମିତି ଟାଙ୍ଗି -ସାଲେପୁର ଆନୁକୂଲ୍ୟ ରେ ସାଲେପୁର ହାଇସ୍କୁଲ ଅଡ଼ିଟୋରିଅମ ଠାରେଗୁରୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଶିକ୍ଷା ର ବିକାଶ କ୍ଷେତ୍ର ରେ ସାଲେପୁର ମାଟିର ଭୂମିକା ମହତ୍ୱ ପୂର୍ଣ୍ଣବୋଲି ମତବ୍ୟକ୍ତ କରିଥିଲେ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ସମାଜ ପ୍ରତନିଧି ସଂଜୀବ କୁମାର ନାୟକ ଙ୍କର 47ବର୍ଷ ବୟସ ରେ ହୃଦଘାତ ରେ ପରଲୋକ ହୋଇଯାଇଛି । କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ନୂତନ ଗୃହ କାର୍ଯ୍ୟର ତଦାରଖ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସେ । ସାଥୀ ସାମ୍ବାଦିକମାନେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାଙ୍କୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ଢେଙ୍କାନାଳ ଏବଂ କାମାକ୍ଷାନଗର ସଂଘ ର ସଦସ୍ୟ ମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।
#districrtnews #NNSODIA