ଜଟଣୀ ସହରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ସର୍ବସାଧାରଣଙ୍କୁ ଦର୍ଶନ ବାରଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କର କୋଭିଡ କଟକଣା ଅନୁପାଳନ ପୂର୍ବକ ପୂଜା ନିମନ୍ତେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରି ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।
ଭାଲୁ ଆକ୍ରମଣରେ ଗୁରୁତର ହେଲେ ପଶ୍ଚିମାଞ୍ଚଳ ରେଞ୍ଜ କିର୍ତ୍ତନପୂର ଗ୍ରାମର ପ୍ରହଲାଦ ପ୍ରଧାନ । ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା । ପୂର୍ବରୁ ଗତ ୨୩ ତାରିଖ ସୋମବାର ଦିନ କଇରାଟାଙ୍ଗ ଗ୍ରାମର ଜଣେ ଗ୍ରାମବାସୀଙ୍କୁ ଭାଲୁ ଆକ୍ରମଣ କରିଥିଲା । ଦିନକୁ ଦିନ ଏହି ଅଞ୍ଚଳରେ ଭାଲୁ ମାନଙ୍କ ପାଦୃଭାବ ବଢୁଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗୁରୁତର ବୃଦ୍ଧଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଗୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।
ଜନ ଜାତି କମିଶନ ଅନନ୍ତ ନାୟକଙ୍କ ଖୋର୍ଦ୍ଧାଜିଲ୍ଲା ଆଦିବାସୀ ବହୁଳ ପଞ୍ଚାୟତ ଗସ୍ତ । ଆଦିବାସୀ ମାନଙ୍କର ସମସ୍ତ ଅଭିଯୋଗ ସମସ୍ୟାକୁ ଶୁଣିବା ପରେ ସ୍ଥାନୀୟ ପ୍ରଶାସନକୁ ପନ୍ଦର ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମଧାନ ନିମନ୍ତେ ତାଗିଦ କରିଥିଲେ ।
କଟକ ଜିଲ୍ଲା ଚୌଦ୍ଵାର ବିରୂପା ବ୍ରିଜ କବାଟରେ ଦେଖିବାକୁ ମିଳିଛି ଏକ ୧୦ ଫୁଟ ଲମ୍ବର ଅଜଗର ସାପ। ଆଜି ସକାଳୁ କିଛି ଲୋକ ବିରୂପା ବ୍ୟାରେଜ ଗେଟ ଉପରେ ଏହି ଅଜଗର ସାପକୁ ଦେଖି ଚୌଦ୍ଵାର ବନବିଭାଗ କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଏବଂ ସାପ ଧରାଳି ଟିମର ମିଳିତ ସହଯୋଗରେ ସାପଟିକୁ ପାଣିରୁ ଉଦ୍ଧାର କରି ଡ଼ମଣି ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡି ଦିଆଯାଇଛି ।
କୃଷକମାନଙ୍କ ଆନ୍ଦୋଳନ ଉପରେ ହରିଆନା ସରକାରଙ୍କ ଦମନ ଲିଳା ବିରୋଧରେ ଆଜି କେନ୍ଦ୍ରାପଡା ଜିଲ୍ଲା ମିଳିତ କୃଷକ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି । ହରିଆନା ସରକାର ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ଆକ୍ରମଣକରି ଦୁଇଜଣ କୃଷକଙ୍କୁ ବାଡେଇ ମାରିଥିବା ବେଳେ ୧୫ ରୁ ଅଧିକ କୃଷକ ଲହୁଲୁହାଣ କରିଥିବା ଘଟଣାକୁ ନିନ୍ଦାକରିଛି ସଂଗଠନ ।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଠାରେ ଦ୍ୱିତୀୟ ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।