ନାଇଜରରେ ମେଡିକାଲ୍ ଏବଂ ରେଡିଏସନ ଫିଜିକ୍ସ କେନ୍ଦ୍ରର ଶୁଭାରମ୍ଭ । ନାଇଜରର ବୋର୍ଡ ଅଫ୍ ଗଭର୍ଣର୍ସ ଏହି ଶିକ୍ଷା ପ୍ରଦାନ କୁ ସ୍ବୀକୃତି ଦେଇଛନ୍ତି I ଏହି ଶିକ୍ଷା ବ୍ୟବସ୍ଥା କୁ ଆହୁରି ଉନ୍ନତ କରିବା ପାଇଁ ଏମ୍ସ, ଭୁବନେଶ୍ଵର ଏବଂ ଆଚାର୍ଯ୍ଯ ହରିହର କ୍ୟାନସର ଅନୁଷ୍ଠାନ ସହଯୋଗ ର ହାତ ବଢାଇଛନ୍ତି I ଏହି ମୌଳିକ ଶିକ୍ଷା ଦ୍ୱାରା ଅନେକ କ୍ୟାନସର ରୋଗୀ ଉପକୃତ ହେବା ସଙ୍ଗେ ସଙ୍ଗେ ଓଡିଶା ର ବିକାଶ ମଧ୍ୟ ହେବ I
ଆଜକୁ ଦୀର୍ଘ ଦିନ ଧରି ଜଟଣୀ ଅଞ୍ଚଳରେ ଲାଗିରହିଥିବା ଜଗନ୍ନାଥ ଜମି ସମସ୍ୟାର ସମାଧାନ ପାଇଁ ଶ୍ରୀ ବଳବନ୍ତରାୟଙ୍କ ନେତୃତ୍ଵରେ ୨ ସଙ୍ଗଠନ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଭେଟିଥିଲେ । ଶ୍ରୀ ଜେନା ଖୁବ୍ ଶୀଘ୍ର ଏକ ବୈଠକ ଡକାଯାଇ ଦଶହରା ପୂର୍ବ ରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି I ଅନେକ ଦିନ ଧରି ଲୋକମାନଙ୍କ ର ଜମିଜମା ସ୍ଥିତିବାନ ଥିଲେ ମଧ୍ୟ ଜଗନ୍ନାଥ ଙ୍କ ନାମରେ ରେକର୍ଡ଼ଭୁକ୍ତ ହୋଇଥିବାରୁ ଆଜି ସୁଦ୍ଧା ଏହି ଜମି ଗୁଡିକ ସରକାରୀ ଯୋଜନା ପାଇ ପାରୁନାହାଁନ୍ତି I ଏଥି ସହ ବିକ୍ରି ମଧ୍ୟ ହୋଇପାରୁ ନ ଥିବାରୁ ଗରିବ ଲୋକ ମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।
ଗଣେଶ ପୂଜାକୁ ନେଇ ଜଟଣୀ ବ୍ୟବସାୟୀ ମହାସଂଘର ସାମ୍ବାଦିକ ସମ୍ମିଳନୀ । ବିଗତ ବର୍ଷ ଭଳି ଚଳିତ ବର୍ଷ ସରକାରଙ୍କ ଗାଇଡ୍ ଲାଇନ୍ କୁ ମାନି ଗଣେଶ ପୂଜା ପାଳନ କରାଯିବାକୁ ନେଇ ବଜାର କମିଟିର ସମସ୍ତ ସଦସ୍ୟ ସାମ୍ବାଦିକ ସମ୍ମିଳନୀ ମତ ପ୍ରକାଶ କରିଛନ୍ତି I
ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି କୋଣାର୍କ ବିଜେପି କାର୍ଯ୍ୟକାରିଣୀ ବୈଠକ ଏବଂ ପୌର ନିର୍ବାଚନ ପାଇଁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଯାଇଛି । ଏହି ବୈଠକରେ ନିମାପଡ଼ା ପୂର୍ତ୍ତବିଭାଗର ନିମ୍ନମାନର ରାସ୍ତା କାମ ଦାୟିତ୍ଵରେ ଥିବା ଠିକାଦାର ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଓ ଲାଇସେନ୍ସ ବାତିଲ ନ ହେବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଉପସଭାନେତ୍ରୀ ଶ୍ରୀମତୀ ପରିଡ଼ା କୋଣାର୍କ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ସିପିଆଇଏମ୍ କାର୍ଯ୍ୟାଳୟ ଠାରେ ରାଜ୍ୟର ବରିଷ୍ଠ ସିପିଆଇଏମ୍ ନେତା ଜନାର୍ଦ୍ଦନ ପତି ଖରସ୍ରୋତାନଦୀର ଜଳ ବିବାଦ ଓ ଭିତରକନିକା ସମ୍ପର୍କରେ ସରକାରଙ୍କ ଉପରେ ଆପତ୍ତି ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜନାର୍ଦ୍ଦନ ପତି କହିଛନ୍ତି ଯେ ସରକାର ରାଜ୍ୟର ଖଣି ପାଣି, ନଦୀ ଓ ସମୁଦ୍ର ଉପକୂଳ ଗୁଡିକୁ କମ୍ପାନୀ ହାତକୁ ଟେକିଦେଉଛି ।
#districtnews #NNSODIA