ସୁକିନ୍ଦାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ କୋଭିଡ ନିୟମ ପାଳନ କରାଯାଇ 75ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ସୁକିନ୍ଦା ନିକଟ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ପରିସରରେ ଆୟୋଜିତ ଉତ୍ସବରେ ବାଟାଲିୟନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ଜାତୀୟ ପତାକା ଉତ୍ତୋଳନ କରିଥିଲେ
ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୭୫ ତମ ସ୍ଵାଧୀନତା ଦିବସ ସ୍ଥାନୀୟ ରେଳ ଷ୍ଟାଡିୟମ୍ ପରିସରରେ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି l ଖୋର୍ଦ୍ଧାରୋଡ଼ ଡି ଆର୍ ଏମ ଶ୍ରୀ ରିଙ୍କେଶ ରୟ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ୍ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ରେଳ କର୍ମଚାରୀ, ସୁରକ୍ଷାବଳ ଙ୍କ ପରିବାରର ସୁଖ ଶାନ୍ତି ତଥା ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କାମନା କରିବା ସହିତ କର୍ମଚାରୀ ମାନଙ୍କ ନିଷ୍ଠାପରତା ଯୋଗୁଁ ଡିଭିଜନ କୁ ସଫଳତା ମିଳିଥିବା ପାଇଁ ପ୍ରଶଂସା କରିଥିଲେ l
ପାରାଦ୍ୱୀପ ର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହେବାର ଦେଖିବାକୁ ମିଳିଛି. ପାରାଦ୍ୱୀପ ପତ୍ରକାର ପରିଷଦ, ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ ପାରାଦୀପ୍ ଉପକଣ୍ଠ ଭୂତମୁଣ୍ଡାଇ ପଞ୍ଚାୟତ ମହାସଂଘ ପକ୍ଷରୁ ଏହାକୁ ନିଆରା ଭାବେ ପାଳିତ ହବାର ଦେଖିବାକୁ ମିଳିଥିଲା । କରୋନା କୁ ଆଖିରେ ରଖି ଅଳ୍ପ ସଂଖ୍ୟାରେ ଯୋଗଦେଇ ପ୍ରଥମେ କୋରାନରେ ମୁର୍ତ୍ତୃ ବରଣ କରିଥିବା ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଧ୍ୟା ଙ୍କ ପାଇଁ ଦୁଇ ମିନିଟ ନିରବ ପାର୍ଥନା କଲାପରେ ଜାତି ଉଦେଶ୍ୟରେ ଦେଶପ୍ରେମୀ କଂ ପାଇଁ ଓ ଭାରତମାତା ର ଗାଥା କୁ ମନେପକାଇ ଅବିଭାଷଣ ଦେଇଥିଲେ.
ଏବଂ ପରେ ପତାକା ଉତ୍ତୋଳନ କରି 75ତମ ସ୍ୱାଧୀନତା ଦିବସକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିଲେ. ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ କନ୍ଦରପୁର ଠାରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହେଇଯାଇଛି ।
ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଗଣିତ ହୋଇଥିବା ଟାଙ୍ଗୀ ମିଡିଆ ସେବା ସଂଘ ପକ୍ଷରୁ ୭୫ ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି ।
#DistrictNews #NNSODIA