ଭାରସ୍ୟାମ ହରାଇ ଓଲଟିଲା ବରଯାତ୍ରୀ ଗାଡି l ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ l ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ଶିଖର ମୁଖ୍ୟ ରାସ୍ତା ଦେଇ ଏକ ବରଯାତ୍ରୀ ଗାଡି କାକଟପୁରପୁରରୁ ବିବାହ ଭୋଜି ସାରି ନିଜ ଘର ଜଗତସିଂହପୁର ଅଭିମୁଖେ ଯାଉଥିବା ସମୟରେ ସରେଇକୁଳ ବଙ୍କା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ରେ ଥିବା ଏକ ଖାଲରେ ପଡିଯାଇଥିଲା l ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯାତ୍ରୀ ମାନଂକୁ ଓ ଗାଡିକୁ ଉଦ୍ଧାର କରାଯାଇଥିଲା l ଉଦ୍ଧାର ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି l
କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ରାସ୍ତା ପାଲଟିଛି ମରଣ ଯନ୍ତା । ଆଜି ସକାଳୁ ଏକ ବାଇକ ଆରୋହୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ କେନ୍ଦ୍ରାପଡା ଅଞ୍ଚଳର ହୋଇଥିବା ବେଳେ ମଙ୍ଗୁଳି ଛକରେ ଏକ କମ୍ପାନୀରେ କାମ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । ସେ ଏକ ବାଇକରେ ଟାଙ୍ଗି ଆଡ଼କୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ଗାଡି ପଛରେ ପିଟି ହୋଇଯାଇଥିଲା ।
ପଟ୍ଟାମୁଣ୍ଡାଇ ବ୍ଲକ୍ ର ଅଣ୍ଢରା ପଞ୍ଚାୟତରେ ଆଜିଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ସ୍ଥାନୀୟ ଉଷାଦେବୀ ମହିଳା ମହାବିଦ୍ୟାଳୟ ଓ ବନ୍ଦେମାତାରମ୍ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କାର୍ଡ ବଣ୍ଟନ କରାଯାଉଛି । କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା ହିତାଧିକାରୀଙ୍କୁ ଏହି ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ପଞ୍ଚାୟତ ରେ ୧୨ ଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟାଯିବ ବୋଲି ବିଧାୟକ ବେହେରା ସୁଚନା ଦେଇଛନ୍ତି । ଧୋୟା ଅଞ୍ଚଳର ବିକାଶ ପାଇଁ ଦୁଇଟି ସେତୁର ଶୁଭାରମ୍ଭ ହୋଇଥିବା ବିଧାୟକ କହିଛନ୍ତି ।
ସେହିଭଳି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ପିମ୍ପୁଡିଆ ନୋଡାଲ ସ୍କୁଲ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରାଯାଇଛି । ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ପଞ୍ଚାୟତର ୧୦୧୨ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିସହିତ ପଞ୍ଚାୟତର ଉର୍ଣ୍ଣତିମୂଳକ କାର୍ଯ୍ୟନିମନ୍ତେ 7ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଦକ୍ଷା ପଦ୍ମାବତୀ ଜେନା, ବ୍ଲକ ଉପାଦକ୍ଷ ଦିବ୍ୟରଞ୍ଜନ ବରାଳ, ପିମ୍ପୁଡିଆ ପଞ୍ଚାୟତ ସରପଞ୍ଚ ମନୋରମା ନାୟକ, ଖଣି ଅଞ୍ଚଳର ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର, ଜିଲ୍ଲାପରିଷଦ ପ୍ରତାପ ପାତ୍ର, ସମିତିସଭ୍ୟ ଜାନକୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରlଗ୍ରlମ ପଞ୍ଚlୟତରେ କୃଷିର ଉର୍ନତି ପାଇଁ ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଏହାର ଶୁଭାରମ୍ଭ କରିଛନ୍ତି ।