ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀ ଉଦ୍ୟାନରେ ଗତ ଏକ ମାସ ଧରି ଥିବା ମାଖନ ହାତୀକୁ ଛଡ଼lଗଲା ଜଙ୍ଗଲରେ । ହାତୀର ସୁରକ୍ଷା ପାଇଁ ବନ ବିଭାଗ ନଜର ରଖିଛି । ହାତୀଟି ଭଦ୍ରକରୁ ପଳାଇ ଆସିଥିବା ବେଳେ କଟକ, ଚଣ୍ଡିଖୋଲ ରାସ୍ତାରେ ହାତୀକୁ ଦେଖି ରାସ୍ତା ଜାମ ହୋଇଯାଇଥିଲା । ବନ ବିଭାଗ ହାତୀକୁ ଉଦ୍ଧାର କରି କପିଳାସ ପ୍ରାଣୀ ଉଦ୍ୟାନରେ ରଖିଥିଲା । ଏବେ ହାତୀକୁ ଏକ ଜଙ୍ଗଲରେ ଛାଡି ଦିଆଯାଇଥିବା ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ।
ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଶହୀଦଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ କରାଯାଇଛି ଶୋଭାଯାତ୍ରା l ଦୁର୍ଘଟଣାରେ ପ୍ରାଣହରାଇ ଥିବା ବାୟୁସେନାର ମୁଖ୍ୟ ବିପିନ ରାୱତ, ଓଡିଶା ମାଟିର ବୀର ସନ୍ତାନ ରାଣାପ୍ରତାପ ଦାସଙ୍କ ସମେତ ସମସ୍ତ ବୀର ଶହୀଦଙ୍କ ଉଦେଶ୍ୟରେ ରରୁଆଂ ଯୁବକ ସଙ୍ଘ ପକ୍ଷରୁ ଏହି କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଥିଲା l ରରୁଆଁ ମହାନ୍ତି ସାହି ସାନରରୁଆଁ ଉପ୍ରା ବିଦ୍ୟାଳୟ ରୁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା l ସମାଜସେବୀ ଦେବମିତ୍ର ଆନନ୍ଦ ପାଣିଗ୍ରାହୀ ( ବୁଲୁ ନନା ) ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ l ଆଗାମୀ ଯୁବପିଢ଼ି ଅନୁପ୍ରାଣିତ ହୋଇ ଦେଶର ସେବକ ସାଜି ଆମ ଦେଶର ଗୌରବ ରକ୍ଷା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ l ଏହି ଶୋଭାଯାତ୍ରାକୁ ସୁକୁମତୀ ଚାତାର, କରିମ ହନ ହାଗ୍ରା, ହରେନ୍ଦ୍ର ମହାନ୍ତ, ଜଗନ୍ନାଥ, ପିଣ୍ଟୁ ପାତ୍ର ପ୍ରମୁଖ ଆୟୋଜନ କରିଥିଲେ l
ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର ରବିବାର ଶେଷ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରି ଜିଲ୍ଲାରେ ପଞ୍ଚାୟତର ପ୍ରତିନିଧିତ୍ବକୁ ନିଜ କବଜାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ତଳସ୍ତରର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ଗୁରୁମନ୍ତ୍ର ଦେଇଛି ବିଜେପି । କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଗରିବ ହଟାଓ ଯୋଜନାର ରୂପରେଖ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ବିଜେପିର କେନ୍ଦ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀମାନଙ୍କ ମନୋବଳ ଦୃଢ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜରେ ଭାରସ୍ୟାମ ହରାଇ ଏକ ଆଇରନ୍ ବୋଝେଇ ଟ୍ରକ୍ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭ ଜଣକ ହେଲେ କେଉଁଝର ଜିଲ୍ଲାର ମାନସ ରଞ୍ଜନ ଧିବର। ଟ୍ରକଟି ଆଇରନ୍ ନେଇ ତାଲଚେର ପଟୁ ପରଜଙ୍ଗ ଡୁବୁରି ଅଭିମୁଖେ କାଲି ଭୋର ସକାଳ ସମୟରେ ଯାଉଥିବା ବେଳେ ଜଟିଆ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଟ୍ରକ୍ ରେ ଥିବା ମୃତ ଡ୍ରାଇଭଜଣକୁ ଭାବେ ଉଦ୍ଧାର କରିଛନ୍ତି।
କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ବିରଞ୍ଚି ଶନିବାର ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ରବିବାର ସକାଳୁ ତାଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ସେଠାରେ ପହଂଚି ମୃତଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଏ ନେଇ ସମଗ୍ର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ପଞ୍ଚାୟତ ସିଆରିଆ ଗାଁର ପ୍ରଭୁ ଶ୍ରୀ ମୃତ୍ୟୁଞ୍ଜୟଙ୍କ ମନ୍ଦିରରୁ ଶନିବାର ରାତିରେ ଚୋର କଳାକନା ବୁଲାଇ ଚାଲିଯାଇଛନ୍ତି। ପ୍ରଭୁଙ୍କ ପୂଜା ଅର୍ଚ୍ଚନା ନିମନ୍ତେ ବ୍ୟବହାର ହେଉଥିବା ଘଣ୍ଟ, ଘଣ୍ଟି, ପିତଳ ଥାଳୀ, ପିତଳ ଦୀପ, ସପ୍ତଦ୍ୱୀପ ଆଳତୀ, କର୍ପୁର ଆଳତୀ ଦୀପ, ପ୍ରଭୁଙ୍କ ମସ୍ତକରୁ ପାଣି ଝରୁଥିବା ପିତଳ ହାଣ୍ଡି, ପିତଳ ତସଲା ଓ ଦାନବାକ୍ସରୁ ଟଙ୍କା ଇତ୍ୟାଦି ନେଇ ଚୋର ଫେରାର ହୋଇଯାଇଛି । ରବିବାର ସକାଳେ ପୂଜକ ପୂଜା କରିବା ପାଇଁ ଯାଇଥିବା ସମୟରେ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ।
କୃଷିରେ ଉର୍ଣ୍ଣତମାନ ଅମଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ସଚେତନ କରାଯାଉଛି । କୃଷକଙ୍କୁ ସଚେତନତ କରିବା ପାଇଁ ସୁକିନ୍ଦା ବ୍ଲକର ବିଭିନ୍ନ ପଞ୍ଚାୟତକୁ ବୁଲିବ କୃଷିରଥ । ଏହି କୃଷି ରଥ ସହିତ କଳାକାରମାନେ ବୁଲି ବିଭିନ୍ନ ପଞ୍ଚାୟରେ ନାଚଗୀତ ମାଧ୍ୟମରେ କଳା ପଦର୍ଶନ କରି ଚାଷୀମାନଙ୍କୁ ସଚେତନତା ବାର୍ତ୍ତା ଦେବେ । ସ୍ଥାନୀୟ ବିଡିଓ ତାପସ କୁମାର ସେଠୀ, ବ୍ଲକ ଅଧକ୍ଷା ପଦ୍ମାବତୀ ଜେନା,ଉପାଦକ୍ଷ ଦିବ୍ୟରଞ୍ଜନ ବରାଳ, ବରିଷ୍ଠ ରାଜନେତା ବିବେକାନନ୍ଦ, କଳା ସଂସ୍କୃତି ସଙ୍ଘର ଉପସଭାପତି ମନୋରଞ୍ଜନ ଦାସଙ୍କ ଉପସ୍ଥିତରେ ଏହି କୃଷିରଥକୁ ପୂଜାର୍ଚ୍ଚନା କରାଯାଇ ଉଦ୍ଘାଟନ କରାଯାଇଥିଲା ।