ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଆଇସିଡିଏସ୍ ସିଡିପିଓ ପୁଷ୍ପାଞ୍ଜଳୀ ରଥଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ଚୟନ କରିବା ପାଇଁ ଶ୍ରୀମତୀ ରଥ ଏହି ଲାଞ୍ଚ ନେଉଥିଲେ । ଖବରପାଇ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଶ୍ରୀମତୀ ରଥଙ୍କଠାରୁ ଏହି ଲାଞ୍ଚ ଟଙ୍କା ଜବତ କରିଛି ।
କରୋନା ପାଇଁ ଦିର୍ଘ ୧୮ ମାସ ଧରି ବନ୍ଦ ରହିଥିବା ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଆଜି ଠାରୁ ଖୋଲିଛନ୍ତି ସରକାର । ଏଥିପାଇଁ ସବୁ ପ୍ରାଥମିକ ବିଦ୍ୟାଳୟରେ ଖୁସିର ସୀମା ନାହିଁ । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଖୁସି । ଆଜି ସରକାରଙ୍କ କୋଭିଡ ଗାଇଡ ଲାଇନକୁ ଅନୁସରଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରବେଶ କରାଇଛନ୍ତି । ସ୍କୁଲ ବନ୍ଦ ହୋଇଯିବା ସମୟରେ ଯେଉଁମାନେ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ ସେମାନେ ଦୁଇଟି ଶ୍ରେଣୀ ୬ଷ୍ଠ ଓ ୭ମ ଶ୍ରେଣୀ ପାଠକୁ ଘରେ ଅନଲାଇନରେ ପଢି ସିଧାସଳଖ ଅଷ୍ଟମ ଶ୍ରେଣୀରେ ପାଠପଢିବା ଆରମ୍ଭ କରିଛନ୍ତି । ଏହି ଛାତ୍ରଛାତ୍ରୀଙ୍କର ଅଷ୍ଟମ ଶ୍ରେଣୀରେ ପାଠପଢିବାର ଦକ୍ଷତା କିପରି ରହିଛି ସେମାନଙ୍କ ସହିତ ଆଲୋଚନା କରି ଦକ୍ଷତା ମାପିବାରେ ଲାଗିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ । ଆଜି ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନେ ପ୍ରଥମକରି ପାଦ ଦେଉଥିବାରୁ ସେମାନଙ୍କୁ ବିଦ୍ୟାଳୟକୁ ଆସିବାର ସ୍ବାଗତଉତ୍ସବ କରାଯାଇଛି । ବିଦ୍ୟାଳୟ ଫାଟକରେ ବେଲୁନ୍ ବନ୍ଧାଯାଇଛି । ପିଲାମାନଙ୍କ ମୁଣ୍ଡରେ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଛି । ଏହାଛଡା ସବୁ ଛାତ୍ରଛାତ୍ରୀମାନଙ୍କ ହାତକୁ ସାନିଟାଇଜ କରାଯିବା ସହିତ ବିଦ୍ୟାଳୟରେ ସେମାନଙ୍କ ଡେକ୍ସ ବେଞ୍ଚ ଗୁଡିକୁ ସାନିଟାଇଜ କରାଯାଇଛି ।
ବିଦ୍ୟାଳୟରେ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ବଜାୟରଖିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ରେ ସମସ୍ତ ସରକାରୀ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ରେ ପାଠପଢ଼ା ଆଜିଠାରୁ ଆରମ୍ଭ ହୋଇଛି। ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମେ ଥର୍ମାଲ ସ୍କାନିଙ୍ଗ୍, ହାତ ସାନିଟାଇଜ କରିବା ସହିତ ଶ୍ରେଣୀ ଗୃହରେ ସମାଜିକ ଦୂରତା ରେ ବସିବା ପାଇଁ ସମସ୍ତ ସ୍କୁଲ ରେ ବେବସ୍ଥା କରାଯାଇଛି। ସକାଳ ୯ ଟା ରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ କ୍ଲାସ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ Sop ଜାରି କରାଯାଇଥିବା ବେଳେ କ୍ଲାସ ପାଇଁ ୩ ଟି ପିରିୟଡ଼ ରଖାଯାଇଛି , ଯେଉଁଥିରେ ମୁଖ୍ୟତଃ ଇଂରାଜୀ,ଗଣିତ ବିଷୟ କୁ ବେଶି ଗୁରୁତ୍ୱ ଦେବାପାଇଁ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ୧୮ ମାସ ପରେ ବିଦ୍ୟାଳୟ ଖୋଲୁଥିବା ରୁ ପିଲାମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ। ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ପିଲାଙ୍କ ମଧ୍ୟରେ ଆଲୋଚନା,ତର୍କ ପ୍ରତିଯୋଗିତା, ସଂଗୀତ ଗାନ, ଚିତ୍ରାଙ୍କନ,ମାଟି କାମ, ସହିତ କୋଭିଡ ସମୟ କିଭଳି ବିତାଇଲେ ତା ଉପରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଲୋଚନା କରିବେ। ଏହି ଦୁଇ ଦିନ କୈାଣସି ପାଠ ପଢା ହେବ ନାହିଁ। ପିଲାମାନେ ମୁକ୍ତ ଭାବରେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା ସହିତ ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା କରିବା ଇତ୍ୟାଦି କାର୍ଯ୍ୟକ୍ରମ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।ଗତ ୧୮ ମାସ ଧରି ଛାତ୍ର ଛାତ୍ରୀ ମାନେ ପାଠ ପଢା ଠାରୁ ଦୂରେଇ ରହୁଥିବା ରୁ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷଣସ୍ଥର ବହୁତ କମିଯାଇଥିବା ନେଇ ଆଶଙ୍କା କରାଯାଉଥିବାରୁ ୨୭ ତାରିଖ ରେ ଓଡ଼ିଆ,୨୮ ତାରିଖ ରେ ଗଣିତ ଓ ୨୯ ତାରିଖ ରେ ଇଂରାଜୀ ବିଷୟରେ ସମସ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ପରିକ୍ଷାରେ ଅଂଶଗ୍ରହଣ କରିବେ। ଏହାର ସମୟ ସୀମା ୧ ଘଣ୍ଟା ରହିବ। ଏହି ଭଳି ଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବା ର ବେବସ୍ଥା କରାଯାଇଛି।
ସାଲେପୁର କଂଗ୍ରେସ ପକ୍ଷରୁ ପ୍ରତିବାଦ। :ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ କଟକ ଜିଲ୍ଲା ସାଲେପୁର କଂଗ୍ରେସ ପକ୍ଷରୁ ସାଲେପୁର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସର ବହୁ କର୍ମୀ ଯୋଗଦେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଶ୍ଲୋଗାନ ଦେଵା ସହ ଉଭୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁସପୁତ୍ତଳିକା ଦାହ କରିଥିଲେ।
ସ୍ୱାମୀସ୍ତ୍ରୀ ଜୀବନ୍ତ ଦଗ୍ଧ, ବଞ୍ଚଗଲା ଶିଶୁ ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ସ୍ୱାମୀସ୍ତ୍ରୀ ଜୀଅନ୍ତା ଜଳି ଯାଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରୁ ୯ ବର୍ଷର ଏକ ଶିଶୁ ପୁତ୍ର ଅଳ୍ପକେ ବର୍ତ୍ତି ଯାଇଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଲଦା ଗାଁରେ ପୂର୍ଣ୍ଣଚନ୍ଦ୍ର ବେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବେହୁରୀ ରବିବାର ରାତିରେ ଘରେ ଶୋଇଥିଲେ । ସେହି ସମୟରେ ସଟସର୍କିଟି ଯୋଗୁ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଶିଶୁଟି ଘରୁ ବାହାରକୁ ଦୌଡ଼ି ପଳେଇ ଯାଇଥିବାବେଳେ ସ୍ୱାମୀସ୍ତ୍ରୀ ନିଦରେ ଶୋଇପଡ଼ିଥିଲେ । ସେମାନଙ୍କ ନିଦ ଭାଙ୍ଗିବାବେଳକୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ଫଳରେ ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲେ । ବ୍ୟୁରୋ ରିପୋର୍ଟ NNS ODIA.