ଚୁଆ ରେ ବୁଡି ଶିଶୁ ପୁତ୍ରର ମୃତ୍ୟୁ । ମୃତ ଶିଶୁର ନାଁ ପ୍ରହଲ୍ଲାଦ ମୁଦୁଲି । ବୟସ ମାତ୍ର ୨ ବର୍ଷ । ଭଲ ଭାବରେ ଚାଲିବା ଶିଖି ନଥିବା ପ୍ରହଲ୍ଲାଦ କେତେବେଳେ ପରିବାରର ଅଗୋଚରରେ ଧିରେ ଧିରେ ଚାଲି ଚାଲି ଘର ପାଖରେ ଥିବା ଚୁଆ ରେ ବୁଡି ଯାଇଛି , ତାହା କେହି ଜାଣି ପାରିନାହାଁନ୍ତି । ସନ୍ଧ୍ୟା ହେବାରୁ ପରିବାର ଲୋକେ ପ୍ରହଲ୍ଲାଦ କୁ ଖୋଜାଖୋଜି କରିଥିଲେ ଏବଂ ପରେ ପ୍ରହଲ୍ଲାଦକୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । କାଳେ ପିଲାଟି ବଞ୍ଚି ଥିବ ସେହି ଆଶାରେ ପ୍ରହ୍ଲାଦ କୁ ଟାଙ୍ଗୀ ମେଡିକାଲ ନେଇ ଯାଇଥିଲେ ପରିବାର ଲୋକେ , ମାତ୍ର ଡାକ୍ତର ପ୍ରହଲ୍ଲାଦକୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ମୃତ ପ୍ରହଲ୍ଲାଦର ବାପା-ମା’ ଙ୍କ ବୁକୁ ଫଟା କ୍ରନ୍ଦନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ସ୍ମାର୍ଟ ହେଲ୍ଥ କାର୍ଡର ବ୍ୟବସ୍ଥା ସାଧାରଣ ଲୋକଙ୍କର ଚିକିତ୍ସା ବ୍ୟବସ୍ଥାରେ ରୂପାନ୍ତର ଆଣିବା ସହିତ ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ । ଏବଂ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଭକ୍ତ ଅବିଭକ୍ତ ମୂଳିସିଂହ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା କ୍ରାନ୍ତିକାରୀ ସମାଜସେବୀ ସ୍ଵର୍ଗତ ସରତ ଚନ୍ଦ୍ର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୁଖ ସ୍ଵର୍ଗତ ଶରତ ଚନ୍ଦ୍ର ମହାନ୍ତି ଙ୍କର ତ୍ୟାଗପୁତ୍ର ଆଦର୍ଶ ଜୀବନ କୁ ମନେପକାଇ ବା ସହିତ ତାଙ୍କ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
କଟକରେ ବିଦ୍ୟୁତ୍ ବିଭାଗର ମନମାନିକୁ ନେଇ ଅସନ୍ତୋଷ ବଢି ଚାଲିଛି। ଏହାର ପ୍ରତିବାଦରେ ନଗର ବିଜେପି ପକ୍ଷରୁ ଟାଉନ୍ ହଲ୍ ଠାରେ ଥିବା ଟାଟା ପାୱାର ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକରେ ପ୍ରତ୍ୟକ ଦିନ ବିନା ସୂଚନାରେ ବିଦ୍ୟୁତ୍ କାଟ୍ ହେଉଛି। ଯାହା ଫଳରେ ସହରବାସୀ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବେସଜଡା ବିଦ୍ୟୁତ୍ ଭିତ୍ତିଭୂମି କୁ ସଜାଡିବା ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ ହେଉଛି। କଟକ ଭଳି ସ୍ଥାନରେ ବ୍ୟୟ ବରାଦ ଅର୍ଥ ବାଟବଣା ହେଉଛି ବୋଲି ଅଭିଯୋଗ କରିବା ସହ ତୁରନ୍ତ ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ୍ କରାଯିବା ଏବଂ ଆବଶ୍ୟକ ଭିତ୍ତିଭୂମିକୁ ସଠିକ୍ ଢଙ୍ଗରେ କରିବା ପାଇଁ ଦାବି କରାଯାଇଛି ।
ସୁକିନ୍ଦା ରାଜସ୍ୱ ବିଭାଗ ଅଧୀନରେ ଥିବା ସୁକିନ୍ଦା ଗଡର ବହୁ ପୁରାତନ ଜଗନ୍ନାଥ ମନ୍ଦିର ମଧ୍ୟରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମନ୍ଦିର ତାଲା ଭାଙ୍ଗି ଅଜଣା ଦୁବୃତ ଠାକୁରଙ୍କର ଦାନ ବକ୍ସକୁ ଚୋରି କରିନେଇଥିବା ବେଳେ ଆଜି ସକାଳୁ ପୂଜାରୀ ହୃଦାନନ୍ଦ ପଣ୍ଡା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଚୋରି ହେବା ଦୃଶ୍ୟକୁ ଦେଖିବା ପରେ ମନ୍ଦିର ସୁକିନ୍ଦା ରାଜସ୍ୱ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ, ପରେ ସୁକିନ୍ଦା ରାଜସ୍ୱ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।
#DistrictNews #NNSODIA