ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଖଞ୍ଜି ଦେଇଛନ୍ତି ଯୋଜନା | ଯେପରି ଗରିବ ଲୋକ ହୋଇପାରିବେ ଉପକୃତ | କିନ୍ତୁ ସେ ଯୋଜନା କାହା ପାଇଁ ? ପ୍ରକୃତ ଗରିବ ଲୋକ କଣ ଏହି ସବୁ ଯୋଜନାର ପାଉଛନ୍ତି ସୁଫଳ ? ସରକାର ହୁଅନ୍ତୁ କି ସ୍ବେଛାସେବୀ ଅନୁଷ୍ଠାନ ଦାନ କରନ୍ତି ଶବବୁହା ବା ମହାପ୍ରୟାଣ ଗାଡି | ସବୁ ସରକାରୀ ଡାକ୍ତରଖାନାରେ ରହିଛି ଏହି ଗାଡି | କିନ୍ତୁ ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିବାରୁ କେଉଁଠି ଲୋକେ ଖଟିଆରେ ଶବକୁ ବୋହିକି ଆଣୁଛନ୍ତି ତ , ଆଉ କେଉଁଠି ସାଇକେଲରେ ଘୋଷାରି ଘୋଷାରି ଆଣୁଛନ୍ତି | ଆଜି ପୁଣି ହୋଇଛି ମୃତଦେହକୁ ଅସମ୍ମାନ | ସକାଳୁ ଟ୍ରଲିରେ ଶବକୁ ଟାଣି ଟାଣି ନେବାର ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳରେ। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।
ତୁଷୁରାର ମହେଶ୍ବର କୁମ୍ଭାର ନାମକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଚିକିତ୍ସା ପାଇଁ ତୁଷୁରା ଡାକ୍ତରଖାନା ଭର୍ତି ହୋଇଥିଲେ | ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ଶବକୁ ଘରକୁ ନେବାକୁ ମେଡିକାଲରେ ନଥିଲା ମହାପ୍ରୟାଣ ଗାଡି। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଗାଡି ଭଡା କରି ଗାଁକୁ ଶବ ନେବାକୁ ମଧ୍ୟ ନଥିଲା ସମ୍ବଳ | ତେଣୁ ଟ୍ରଲିରେ ଶବ ରଖି ନେଇଥିଲେ ଟାଣି ଟାଣି | ଯାହାକି ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି |