ସରିଛି ପଞ୍ଚାୟତ ନିର୍ବାଚନ | ଫଳାଫଳ ବି ହୋଇସାରିଛି ଘୋଷଣା | ହେଲେ ସରିନି ନିର୍ବାଚନୀ ସମୀକ୍ଷା | କେଉଁଠି କୋଉ ଦଳ ଜିତିଲା, କିଭଳି ଜିତିଲା ସେ ନେଇ ଚାଲିଛି ତର୍ଜମା | ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ବର୍ତ୍ତମାନ ରାନୈତକ ପାଣିପାଗରେ ଉଷ୍ଣତା ଦେଖିବାକୁ ମିଳିଛି । ଦଶ ଦଶନ୍ଦି ପରେ ନିର୍ବାଚନ ହୋଇଥିବା ଚିତ୍ରକୋଣ୍ଡା ବ୍ଲକରେ ସମ୍ପୂର୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି । ବ୍ଲକରେ ବିଜେଡି ଏକ ତରଫା ବିଜୟ ହାସଲ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ମାଲକାନଗିରିର ଜଣେ ଯୁବନେତା ଇସାକ ଖୋସଲା ବିଜେଡିର ଗଣିତକୁ କରିଦେଲେ ଓଲଟ ପାଲଟ । ବିଜେଡି ଗଡ଼ରେ କଂଗେସର ବିଜୟକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟଛି ।
ସୂଚନା ମୁତାବକ କୋରକୁଣ୍ତା ଜୋନ-୨ ଓ ଚିତ୍ରକୋଣ୍ତା ଜୋନ-୧ ର ବିଜୟ ପଛରେ ଏହି ଯୁବନେତାଙ୍କ ହାତ ଥିବା ଜିଲ୍ଲାରେ ଜୋରସୋରରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ବିଭିନ୍ନ ଜୋନରେ ବିଜେଡି ଦଳ ବିଜୟ ହାସଲ କରିଛି | ଯୁବନେତା ଇସାକ ଖୋସଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇ ଏହି ଦୁଇଟି ଜୋନରେ ଜିଲ୍ଲା ପରିଷଦଙ୍କୁ ବିଜୟ କରାଇ ଜିଲ୍ଲାରେ କଂଗ୍ରେସ ଦଳର ସମ୍ମାନ ରକ୍ଷା କରିଥିବା କୁହାଯାଉଛି । ଦୁଇ ଗୋଟି ଜୋନ ମଧ୍ୟରୁ ଚିତ୍ରକୋଣ୍ତା ଜୋନ ୧ ରେ କଂଗ୍ରେସ ପାର୍ଥିନୀ ବିନନ୍ତି ଖିଲ ଏବଂ କୋରକୁଣ୍ତା ଜୋନ୍ -୨ ରେ ମଙ୍ଗୁ ଖିଲ ବିଜୟ ହାସଲ କରିଛନ୍ତି | ତେବେ କଂଗ୍ରେସ ଦଳ ଆଗକୁ ଏହି ଯୁବ ନେତାଙ୍କୁ କଣ ଦାଇତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।