ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ରେ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି ଚାଷୀ । ଏଠାରେ ସବସିଡି ପାଇବା ନ ପାଇବା ଲାଞ୍ଚ ଉପରେ ନିର୍ଭର କରେ । ଯେଉଁମାନେ ଲାଞ୍ଚ ଦେଲେ ସେମାନେ ସବସିଡି ପାଇଲେ ଆଉ ଯିଏ ଲାଞ୍ଚ ନ ଦେଲେ ସେମାନେ ସବସିଡି ପାଇଲେ ନାହିଁ I ଏପରି ସଙ୍ଗୀନ ଅଭିଯୋଗ ନେଇ ଜଟଣୀ ରେ ଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧୀନସ୍ଥ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଏବଂ ସଂପ୍ରସାରଣ କେନ୍ଦ୍ର କୁ ଆସିଛନ୍ତି କିଛି ସଫଳ ଚାଷୀ I ସେମାନଙ୍କ ଅଭିଯୋଗ ଅନୁଯାୟୀ କୁଆଡେ ଟଙ୍କା ନ ଦେଲେ ଏଠାରେ କୌଣସି କାର୍ଯ୍ୟ ହୁଏ ନାହିଁ । ତେଣୁ କାମ କରେଇ ଦେବା ପାଇଁ ହଜାର ରେ ଶହେ ଟଙ୍କା ଲାଞ୍ଚ ନିଅନ୍ତି ବାବୁ ମାନେ I କିନ୍ତୁ ଯେତେବେଳେ ଚାଷୀ ମାନେ ସବସିଡି ପଇସା ମାଗନ୍ତି ସେତେବେଳେ ଆଜି ଆସ କାଲି ଆସ ବୋଲି କହି ସମୟ ଗଡାଇବାରେ ଲଗାନ୍ତି । ଆଉ ବାବୁଙ୍କ କଥାରେ ଚାଷୀ ମାନେ ବାଧ୍ୟ ହୋଇ ବାରମ୍ବାର ଅଫିସ ଦୌଡ଼ିଲା ବେଳକୁ ସାର୍ ଙ୍କୁ କେବେ ବି ଅଫିସ ରେ ନ ପାଇ ମନ ଦୁଃଖ ରେ ଫେରି ଯାନ୍ତି I ତେବେ ଆସନ୍ତୁ ଜାଣିବା କଣ କୁହନ୍ତି ଚାଷୀମାନେ I
#jatani #Horticulture #NNSODIA