ଭୁବନେଶ୍ୱର(ଏନଏନଏସ୍): ଆଜିଠାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡ଼ିବ ବିମାନ । ସୂଚନାଯୋଗ୍ୟ ସଂଧ୍ୟା ୬.୩୦ମିନିଟ୍ ରେ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ । ରାତି ୯.୪୫ ମିନିଟ୍ ରେ ଦୁବାଇରେ ପହଞ୍ଚିବ । ଏନେଇ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ ଯାତ୍ରା କରିବା ପାଇଁ ଟିକଟ୍ ର ଦାମ୍ ୧୦ହଜାର ଟଙ୍କା ରହିଛି । ଅର୍ଥାତ ଉଭୟ ଯିବା ଆସିବାର ମୂଲ୍ୟ ୨୦ହଜାର ଟଙ୍କା ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରୋତ୍ସାହିତ କରିଛି। ସପ୍ତାହରେ ତିନି ଦିନ ବିମାନ ଚଳାଚଳ କରିବ। ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ବିମାନ ଉଡ଼ିବ । ପ୍ରଥମ ଦିନରେ ୧୭୦ ଓଡ଼ିଆ ଯାତ୍ରୀ ଦୁବାଇ ଯାତ୍ରା କରିବେ। ଏହି ବିମାନ ଚଳାଚଳ ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ। ଉତ୍କଳ ଦିବସରେ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଜୁନ୍ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍ କୁ ବିମାନ ସେବା ଆରମ୍ଭ ହେବ।