ହିନ୍ଦୀ ସିନେମା ଜଗତରେ ଆଜି ଏକ ଯୁଗର ଅବସାନ ଘଟିଛି । ଅଭିନେତା, ଟ୍ରାଜେଡ଼ି କିଙ୍ଗ, legendary ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କର ଆଜି ପରଲୋକ ଘଟିଛି । ଦୀର୍ଘଦିନର ଅସୁସ୍ଥତା ପରେ ଆଜି ସକାଳ ପ୍ରାୟ 7.30 ସମୟରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଆଖି ବୁଜିଥିଲେ ଦଲୀପ କୁମାର । ଖବର ପ୍ରସାରିତ ହେବା ପରେ ଅନେକ ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆରେ ପ୍ରଶଂସକ ଶୋକ ବାର୍ତ୍ତାର ସୁଅ ଛୁଟି ଥିଲା । ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କର ସମେତ ଅନେକ ବରିଷ୍ଠ ନେତା ଏବଂ ଅଭିନେତା ମାନେ ଟ୍ୱିଟର ଜରିଆରେ ନିଜ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ।
ହିନ୍ଦୀ ସିନେମା କୁ ଏକ ନୂଆ ପରିଚୟ ଦେଇଥିଲେ ଦିଲୀପ କୁମାର । ତେବେ ଆସନ୍ତୁ ଜାଣିବା ସେହି ମହାନ ଅଭିନେତାଙ୍କର ଜୀବନୀ ବିଷୟରେ ।
ଡିସେମ୍ବର 11 1922 ରେ ପେସାୱାରରେ ଜନ୍ମଗ୍ରହଣ କରିଥିଲେ ଦିଲୀପ କୁମାର । ତାଙ୍କର ପ୍ରକୃତ ନାମ ଥିଲା ମହମ୍ମଦ ୟୁସୁଫ ଖାନ । ତାଙ୍କର ପିତା ଲାଲା ଗୁଲାମ ସରବର ପେଶାରେ ଜଣେ ଫଳ ବ୍ୟବସାୟୀ ଥିଲେ । ବାପାଙ୍କ ସହ ମହାରାଷ୍ଟ୍ର ଆସିବାପରେ ୟୁସୁଫ ନାସିକର ଦେଓଲି ଠାରେ ଥିବା ବାରନେସ ସ୍କୁଲରେ ପାଠ ପଢା ଆରମ୍ଭ କରିଥିଲେ । ପରେ 1930 ରେ ସେ ନିଜ 12 ଜଣ ଭାଇ ଭଉଣୀ ଏବଂ ପିତାମାତାଙ୍କ ସହ ମୁମ୍ବାଇ ଚାଲି ଆସିଥିଲେ ଏବଂ 10 ବର୍ଷ ପରେ 1940 ରେ ପିତାଙ୍କୁ ସାହାଯ୍ୟ କରିବା ପାଇଁ ସେ ପୁନେ ଯାଇ ସେଠାରେ ଆର୍ମି କ୍ୟାଣ୍ଟ ନିକଟରେ sandwich ବିକିବା ଆରମ୍ଭ କଲେ । ମାତ୍ର ପାଞ୍ଚ ହଜାର ଟଙ୍କା ପୁଞ୍ଜି ଏକାଠି କରି ସେ ଚାଲି ଆସିଥିଲେ ମାୟାର ନଗରୀ ବମ୍ବେ ।
ଦୈଵ।ତ ତାଙ୍କର ଭେଟ ହୁଏ ବମ୍ବେ ଟକିଜର ଦେବିକା ରାଣୀଙ୍କ ସହ। ଭାଗ୍ୟର ପାରସ ମଣି ଦେବୀକାଙ୍କୁ ଭେଟିଲା ପରେ ୟୁସୁଫ ଙ୍କ ଚଳଚିତ୍ର ଜୀବନର ପଡିଥିଲା ମୂଳଦୁଆ । ଯିଏ ତାଙ୍କୁ ମହମ୍ମଦ ୟୁସୁଫ ଖାନ ରୁ ଦିଲ୍ଲୀପ କୁମାର ନାଁରେ ସାରା ଫିଲ୍ମ ଜଗତରେ ପରିଚିତ କରାଇଥିଲେ ।ଆରମ୍ଭରେ ବର୍ଷକୁ 1250 ଟଙ୍କା ରେ କମ୍ପାନୀ ସହିତ କଣ୍ଟ୍ରାକ୍ଟ ସାଇନ କରି ସେ କାମ କରି ଚାଲିଲେ । Ashok Kumar ଙ୍କର ଅଭିନୟ ଶୈଳୀ ଏବଂ କର୍ମ ଜୀବନକୁ ନେଇ ବହୁଳ ଭାବରେ ପ୍ରଭାବିତ ଥିଲେ ଦିଲ୍ଲୀପ କୁମାର । ଦେଖିବାକୁ handsome ଏବଂ ଭଲ urdu କହିପାରୁଥିବାରୁ ପ୍ରଥମେ ସେ Sasidhara Mukharjee ଙ୍କ ନିକଟରେ ଏକ ସ୍କ୍ରିପ୍ଟ ରାଇଟର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।1944 ରେ ତାଙ୍କୁ ବମ୍ବେ ଟକିଜ ନିର୍ମିତ jawar bhata ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଯାହା ଥିଲା ଦିଲ୍ଲୀପ କୁମାରଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ । ଚଳଚ୍ଚିତ୍ର ରିଲିଜ ହେବାପରେ ଏତେଟା ଲୋକପ୍ରିୟ ହୋଇନଥିଲେ ମଧ୍ୟ ସେ ଆଉ ପଛକୁ ଫେରି ନଥିଲେ । ପରେ ପରେ Jugnoo(1947) , Andaz (1949), Jogan(1950), Hulchal(1951), Daag(1952), Mughal-e-azam(1960), Kohinoor, Devdaas ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମନରୁ ଲିଭିନାହିଁ । ଅଧିକାଂଶ ଫିଲ୍ମରେ ତାଙ୍କର ଗମ୍ଭୀର ଚରିତ୍ର ପାଇଁ ସେ ଟ୍ରେଜେଡ଼ି କିଙ୍ଗ ନାମରେ ମଧ୍ୟ ପରିଚିତି । ପାଞ୍ଚ ଦଶନ୍ଧିରେ ପ୍ରାୟ 65 ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଦିଲ୍ଲୀପ କୁମାର।ଏହା ବ୍ୟତୀତ ରୋମାଣ୍ଟିକ ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଥିଲେ । ସାଥୀ ଅଭିନେତ୍ରୀ ସାଇରାବାନୁଙ୍କ ସହିତ ଦୀର୍ଘ ଦିନର ସମ୍ପର୍କ ପରେ 1966 ରେ ଦୁହିଁଙ୍କର ବିବାହ ହୋଇଥିଲା ମଧ୍ୟ ସେମାନଙ୍କର କୌଣସି ସନ୍ତାନ ସନ୍ତତି ନଥିଲା। ତଥାପି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁହେଁ ସାଥି ହୋଇ ରହିଥିଲେ । ତାଙ୍କର ପରିଶ୍ରମ ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ସେ 8 ଥର ଫିଲ୍ମ ଫେୟାର ଆୱାର୍ଡ ସହିତ ପଦ୍ମ ବିଭୂଷଣ ଏବଂ ଦାଦା ସାହେବ ଫାଲକେ ଭଳି ଅନେକ ସମ୍ମାନ ଏବଂ ପୁରସ୍କାରର ଅଧିକାରୀ ହୋଇପାରିଥିଲେ । କେବଳ ଅଭିନୟ ନୁହେଁ ତ। ସହିତ ଅନେକ ପରୋପକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମ ସହିତ ମଧ୍ୟ ଜଡ଼ିତ ଥିଲେ ସେ। ଏହିପରି ଭାବେ ଚଳଚିତ୍ର ଏବଂ ଦର୍ଶକ ମାନଙ୍କ ସହିତ ଏତେ ଦିନର ସମ୍ପର୍କ ପରେ ଆଜି ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ।