ଭୁବନେଶ୍ୱର(ଏନଏନଏସ୍): ଉଡ଼ିବ ପୁଣି ଧ୍ରୁବ ବିମାନ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ସ୍ୱଳ୍ପ ଓଜନର ହେଲିକପ୍ଟର ଧ୍ରୁବ ପୁଣି ଥରେ ନିଜର ଉଡ଼ାଣ ଭରିବ । ଜରୁରୀକାଳୀନ ପରିସ୍ଥିତିରେ ଏହି ହେଲିକପ୍ଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ ମାସକ ପୂର୍ବରୁ ସେନା ଧ୍ରୁବର ଉଡ଼ାଣ ଉପରେ ରୋକ୍ ଲଗାଇଥିଲା । ୩ଟି ସ୍ଥାନରେ ଧ୍ରୁବ ହେଲକପ୍ଟରର ଦୁର୍ଘଟଣା ଯୋଗୁ ଏହାର ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଥିଲା ସେନା । ତେବେ ବୈଷୟିକ କମିଟିର ସବୁଜ ସଂକେତ ପରେ ଧ୍ରୁବ କୁ ଉଡ଼ାଣର ଅନୁମତି ପ୍ରଦାନ କରାଯାଇଛି ।