ପ୍ରେମ ବିବାହ କରି ଠକାମୀର ଶିକାର ହେଲେ କିନ୍ନର । ପ୍ରଥମେ ପ୍ରେମ ବିବାହ କରି ସ୍ତ୍ରୀ ର ମାନ୍ୟତା ଦେବାପରେ ଟଙ୍କା ଓ ସୁନାଗହଣା ନେଇ ସ୍ୱାମୀ ଫେରାର ହୋଇଯାଥିବା ଅଭିଯୋଗ ଆଣିଛନ୍ତି ସୋନି । ସୂଚନା ମୁତାବକ ଢେଙ୍କାନାଳ ହିମାଳୟ ବସ୍ତି ରେ ରହୁଥିବା ସୋନ୍ନି କିନ୍ନର ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କଙ୍କଡାହାଡ଼ ପଞ୍ଚାୟତ ଅନ୍ତର୍ଗତ ସାରିଅଂ ଗ୍ରାମରେ ରହୁଥିବା କାହ୍ନୁ ନାୟକ ଙ୍କୁ ଗତ ଦୁଇ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ ଓ ଏହି ବିବାହ ବିଷୟରେ ନିଜ ପରିବାର କୁ ମଧ୍ୟ ଜଣାଇଥିଲେ । ସ୍ତ୍ରୀ ର ମାନ୍ୟତା ଦେଇ ଅନେକ ଥର ନିଜ ଘରକୁ ନେଇଥିବା ପ୍ରକାଶ କରିଛନ୍ତି ସୋନି । ହେଲେ ପରେ ତାଙ୍କ ସରଳତା ର ଫାଇଦା ଉଠାଇ ତାଙ୍କ ଠାରୁ ଲକ୍ଷେ ତିରିଶି ହଜାର ଟଙ୍କା ଏବଂ ଏକ ଭରିର ସୁନା ଚେନ ନେଇ ଏବେ ଜାଣି ନଜାଣିଲା ଭଳି କୁହନ୍ତି ଯେ କହୁଛନ୍ତି ତୁମେ କିଏ ମୁଁ ତୁମକୁ ଚିହ୍ନିନି କି ଜାଣିନି l ଦିନେ ପ୍ରେମ ବିବାହ କରିଥିବା ସୋନିଙ୍କ ଏବେ ସ୍ତ୍ରୀ ର ମାନ୍ୟତା ରୁ ବଞ୍ଚିତ ହେବା ସହିତ ଠକାମୀର ଶୀକାର ହୋଇଛନ୍ତି । ସୋନ୍ନି ଙ୍କ କହିବା ଅନୁଯାୟୀ ଢେଙ୍କାନାଳ ରେ କାହ୍ନୁ ଙ୍କ ସହ ତାଙ୍କର ଆଗରୁ ଦେଖା ସାକ୍ଷାତ ହୋଇଥିଲା ଯାହା ପରେ ପ୍ରେମ ସମ୍ପର୍କରେ ପରିଣତ ହେଲା ଏବଂ କାହ୍ନୁ ସୋନି ଜଣେ କିନ୍ନର ଜାଣି ଏକ ତାରିଣୀ ମନ୍ଦିର ରେ ବିବାହ କରିଥିଲେl ତାଙ୍କର ଏହି ସମ୍ପର୍କ କୁ କାହ୍ନୁ ଙ୍କର ଘର ଲୋକ ମଧ୍ୟ ସ୍ୱୀକୃତି ଦେଇଥିଲେ ଏମିତି କି କାହ୍ନୁ ଙ୍କ ଘରେ ସୋନିଙ୍କର ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା | ଏହି ବିଶ୍ଵାସ ରେ ସୋନ୍ନି କାହ୍ନୁ ନାଏକ ଙ୍କୁ ଏକ ଲକ୍ଷ୍ୟ ଟଙ୍କା ଓ ଗୋଟେ ଭରି ର ସୁନା ଚେନ ଦେଇଥିଲେ ହେଲେ ଏବେ କାହ୍ନୁ ନା ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦେଉଛନ୍ତି ନା ତାଙ୍କ ଟଙ୍କା ସୁନା ଫେରେଉଛନ୍ତି l ଏ ନେଇ ଆଜି ସୋନ୍ନି ଢେଙ୍କାନାଳ ସଦର ଥାନାରେ ଅଭିଯୋଗ କରିବା ସହିତ ତାଙ୍କ ସୁନା ଗହଣା ଓ ଟଙ୍କା ଫେରିପାଇବାକୁ ଅନୁରୋଧ କରିଛନ୍ତି l ଏବିଷୟରେ କିଛି ଅଧିକ ସୂଚନା ପାଇଁ ଆମେ ସଦର ଥାନା ଆଇଆଇସି ଅଭିନବ ଡ଼ାଳୁଆଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ସମ୍ୱବପର ହୋଇନଥିଲା।
#Dhenkanala #NNSODIA