ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ବିଠି ଗ୍ରାମରେ ସରକାରୀ ଜମି ଲିଜ ପ୍ରଦାନ ରେ ଅନିୟମିତତା ନେଇ ଆଜି ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଆଣିଲେ ଆମ୍ବିଠି ଗ୍ରାମବାସୀ l ଅଭିଯୋଗ ଅନୁସାରେ ଆମ୍ବିଠି ଗ୍ରାମର ଦୁଇ ଜଣ ବ୍ୟକ୍ତି ଦାମଦୋର ସାହୁ ଏବଂ ବାମ ଦେବ ସାହୁ ଆମ୍ବିଠି ମୌଜା ରେ ଥିବା ସରକାରୀ ଜମି କୁ ଚଞ୍ଚକତା କରି ଲିଜ ନେଇଥିବା ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଗ୍ରାମବାସୀ ମାନଙ୍କ ଲିଖିତ ଅଭିଯୋଗ ମୁତାବକ ବାମ ଦେବ ସାହୁ ଖାତା ନମ୍ବର ୩୯୭ରେ ନିଜର ଜାତି ତେଲି ପରିବର୍ତ୍ତେ ଚଷା ଜାତି ଦର୍ଶାଇ ସରକାରୀ ବାବୁ ମାନଙ୍କ ସହ ସଲାସୁତରା କରି ସରକାରୀ ଜମିକୁ ଲିଜ ଭାବରେ ହାତେଇ ଥିବା ଅଭିଯୋଗ ହୋଇଛି l ଆମ ସରକାର ଗରିବ ଭୂମିହୀନଙ୍କ ପାଇଁ ସରକାରୀ ଜାଗା କୁ ଲିଜ ଦେବାର ବ୍ୟବସ୍ଥା କରୁଥିଲେ ମଧ୍ୟ ତହସିଲଦାର ଓ ରାଜସ୍ୱ ନିରକ୍ଷକଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ଗ୍ରାମଞ୍ଚଳର ସାଧାରଣ ଗରିବ ଲୋକ ଟିଏ ଭୂମିହୀନ ହୋଇଥିଲେ ମଧ୍ୟ ଜାଗା ଖଣ୍ଡିଏ ପାଇପାରୁନାହିଁ l ତ ଏଠି ପ୍ରଶ୍ନ ଉଠୁଛି ଯେ ହିନ୍ଦୋଳ ତହସିଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ବହୁ ଭୂମିହୀନ ପ୍ରଜା ଯେତେବେଳେ ଭୂମି ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ କେଉଁ ନୀତି ଅବଲମ୍ବନ କରି ଏଠି ସ୍ୱଚ୍ଛଳ ଧନୀଶାଳୀ ବ୍ୟକ୍ତି ମାନଙ୍କୁ ଲିଜରେ ଜାଗା ପ୍ରଦାନ କରାଯାଉଛି । ଏ ବିଷୟରେ ଆମେ ହିନ୍ଦୋଳ ତହସିଲଦାରଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଏହି ଘଟଣା ମୋ କାର୍ଯ୍ୟକାଳର ଅବଧି ରେ ହୋଇ ନାହିଁ । ଏହା ପୂର୍ବରୁ ହୋଇଛି ଏହାର ଉଚିତ ତଦନ୍ତ ହୋଇ ଲିଜ ନିଆଯାଇଥିବା ଜାଗାକୁ ରଦ୍ଦ କରାଯିବ l
#DHENKANAL #LANDFRAUD #NNSODIA