ଘରେ ପୁଅଟିଏ ଜନ୍ମ ହେଲେ ପରିବାରର ଖୁସି ଦ୍ଵିଗୁଣିତ ହୋଇ ଯାଏ। ବଢ଼ି ଯାଏ ପିତା ମାତା ଙ୍କ ଆଶା ଓ ଭରଷା, ପୁଅ ଟି ବଡ଼ ହେଲେ ବାପା ର କାନ୍ଧ ସହ କାନ୍ଧ ମିଶେଇ ପରିବାର ର ବୋଝ କୁ ହାଲକା କରିବ ଏବଂ ଜୀବନର ଶେଷ ସମୟରେ ସାହାରା ହେବ ଭାବି ଥାନ୍ତି ପିତାମାତା । କିନ୍ତୁ ସବୁ ବାପା ମାନଙ୍କର ଭାଗ୍ୟରେ ଏପରି ସୁଯୋଗ୍ୟ ସନ୍ତାନ ଟିଏ ଜନ୍ମ ହେବା ଭାଗ୍ୟ ର କଥା, କିଛି ଦାୟିତ୍ୱହୀନ କୋଠାର ମନୋଭାବ ଥିବା ପୁଅ ମାନଙ୍କ ପାଇଁ ଆଜି ଜଣେ ବାପା ପୁଅ ଜନ୍ମ କରି ନିଜର ଜାଗା ଓ ବାସସ୍ଥାନ ଥାଇ ମଧ୍ୟ ବୃଦ୍ଧ କାଳ ରେ ଫୁଟୁଫାଥ ରେ ଜୀବନ ବିତାଉଛି l ଏଭଳି ଘଟଣା ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ବଜାର ଅଞ୍ଚଳରେ l ସୂଚନା ଥାଉ କି ଗତ ଦୁଇ ମାସ ହେବ ଜଣେ ବୃଦ୍ଧ ପୁଅର ନିର୍ଯାତନା ସହି ନପାରି ଘର ଛାଡ଼ି ଆଜି ହିନ୍ଦୋଳ ବଜାର ରେ ଭୋକ ଉପାସ ରେ ନିଜ ର ଶେଷ ସମୟ ରେ କାଳ ତିପାତ କରୁଛନ୍ତି, ବୃଦ୍ଧ ଜଣକ ହେଉଛନ୍ତି ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ଅନ୍ତର୍ଗତ ଛୋଟପଡା ଗ୍ରାମର ଗୁରୁ ଚରଣ ସାମଲ l ବୃଦ୍ଧ ଜଣଙ୍କୁ ପଚାରିବାରୁ ସେ କୁହନ୍ତି ଯେ ପୁଅ ଗତ ଦୁଇ ମାସ ପୂର୍ବରୁ ଘରୁ ତଡି ଦେଇଛି । ଯେଉଁଥି ପାଇଁ ଆଜି ସେ ନିରାଶ୍ରୟ l ହିନ୍ଦୋଳ ଏନଏସି ର ବଜାର କମିଟି ଯଦି କେବେ କିଛି ଖାଦ୍ୟ ଓ ଆର୍ଥିକ ସାହାଯ୍ୟ ଦିଅନ୍ତି ସେଥିରେ ଦିନ କାଟନ୍ତି ସେ | ଏହି ଦୃଶ୍ୟ ଦେଖି ଏବେ ବୃଦ୍ଧ ଜଣକୁ ସ୍ଥାୟୀ ଥଇଥାନ କରିବା ସହ ବୁଢା ବୟସରେ ନିଜ ବାପା ମାଙ୍କ ପ୍ରତି ଏଭଳି କଠୋର ମନୋଭାବ ରଖୁଥିବା ପିଲାମାନଙ୍କ ଉପରେ କୋଠାର ରୁ କୋଠାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଉଚିତ ଦଣ୍ଡ ଦିଆଯିବାକୁ ନେଇ ଜନ ସାଧାରଣ ଦାବୀ କରୁଛନ୍ତି ।
#hondol #NNSODIA