ସରକାର କୃଷି କ୍ଷେତ୍ରରେ ଜଳ ସେଚନ ବ୍ୟବସ୍ଥା କୁ ଅଧିକ ରୁ ଅଧିକା ଅଗ୍ରସର କରିବା ପାଇଁ ବଡ଼ ବଡ଼ କେନାଲ ମାନ ନିର୍ମାଣ କରିଛନ୍ତି ଓ କୃଷି ଜମି କୁ ସହଜ ରେ ଜଳ ସେଚନ କରାଯିବା ନିମନ୍ତେ କୋଟି କୋଟି ଟଙ୍କା ର ଅଟକଳ ବ୍ୟୟ କରି ପରେ କେନାଲ ମାନ ମଧ୍ୟ ନିର୍ମାଣ କରିଛନ୍ତି କିନ୍ତୁ ତଳ ସ୍ଥରର ସରକାରୀ ବାବୁ ମାନଙ୍କର ଅବହେଳା ଓ ଅପାରଗତା ପାଇଁ ଆଜି ଚାଷୀ ମାନେ ଜଳସେଚନ ର ସମ୍ପୂର୍ଣ୍ଣ ସୁବିଧା ନପାଇ ହେଉଛନ୍ତି ଅସନ୍ତୋଷ। ଆମେ ସୂଚନା ପାଇ ପହଞ୍ଚି ଥିଲୁ ଢେଙ୍କେନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ପଭାହିତ ହେଉଥିବା ରେଙ୍ଗାଳୀ ପରି କେନାଲ ଠାରେ ,ସେଠିକାର ଚାଷୀମାନଙ୍କ ର ଅଭିଯୋଗ ଥିଲା ଯେ ଗତ ମାସେ ପୂର୍ବରୁ ରେଙ୍ଗାଳୀ କେନାଲ ରେ ପାଣି ଆସିଲାଣି କିନ୍ତୁ ରେଙ୍ଗାଳୀ କେନାଲ ରୁ ସଂଯୋଗ ହୋଇ ଥିବା ପରି କେନାଲ ବା ଶାଖା ରେ ସଦାଶିବ ପୁର, ବଉଳପୁର, ତେନ୍ତୁଳିଆପଡ଼ା ଓ ବଉଳ ପୁର ପାଟଣା ଅଞ୍ଚଳରେ ଥିବା ପ୍ରାୟ ୫୦୦ ରୁ ୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରୁ ନାହିଁ। ଚାଷୀ ମାନଙ୍କର ସୂଚନା ଅନୁସାରେ ବର୍ଷା ଜଳ ଓ ଏହି ରେଙ୍ଗାଳୀ ପରି କେନାଲ ଜଳ ଉପରେ ନିର୍ଭର କରି ସେମାନେ ପ୍ରତି ବର୍ଷ ଚାଷ କରନ୍ତି ଓ ବର୍ତ୍ତମାନ ଧାନ ତଳି ପକାଇ ବିହିଡିବା ର ସମୟ ଯଦି ଏହି ସମୟ ରେ ଜଳ ସେଚନ ଠିକ ସମୟ ରେ ନହୁଏ ତାହେଲେ ମରୁଡି ହେବାର ଆଶଙ୍କା ଅଛି। ଚାଷୀ ମାନେ ଅଭିଯୋଗ କରନ୍ତି ଯେ ଏ ବର୍ଷ କେନାଲ ଟି ରେ ନିମ୍ନମାନ ର କାମ ହୋଇଛି ,ମାଟି ବନ୍ଧ ଠିକ ଭାବରେ ଦିଆ ଯାଇନି ଯାହା ଫଳ ରେ କେନାଲ ର ଲେବଲ ଠିକ ହୋଇ ନାହିଁ ସେଥିପାଇଁ ଜଳ ଚାଷ ଜମି ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ।ଏ ବିଷୟରେ ରେଙ୍ଗାଳୀ କାର୍ଯ୍ୟନିର୍ବାହୀ ଅଫିସର ଙ୍କୁ ବାରମ୍ବାର ଫୋନ କରି ଜଣାଇ ଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ସେଥିପାଇଁ ଏପରି ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ବିଷୟରେ ଆମ ପ୍ରତିନିଧି ଯେତେବେଳେ ରେଙ୍ଗାଳୀ କେନାଲ ର କାର୍ଯ୍ୟନିର୍ବାହୀ ଇଂଜିନିୟର ବିଜୟ ଭୂଷଣ ଦାସ ଙ୍କୁ ଫୋନ କରି ଏ ବାବଦ ରେ ପଚାରନ୍ତି ତ କଣ କୁହନ୍ତି ଶୁଣନ୍ତୁ ଏହି କଲ ରେକର୍ଡ କୁ…… ତ ଏଠି ପ୍ରଶ୍ନ ଉଠୁଛି ଯେ ଯେତେବେଳେ ରାଜ୍ୟ ସରକାର କୃଷି କ୍ଷେତ୍ରରେ ଏତେ ଅଟକଳ ବ୍ୟୟ କରି ଜଳ ସେଚନ ବ୍ୟବସ୍ଥା କୁ ସୁଦୃଢ଼ କରିବା ନିମନ୍ତେ ସେତେବେଳେ ଟଙ୍କା ଲୋଭୀ ଠିକାଦାର ମାନଙ୍କର ନିମ୍ନମାନ ର କାମ ଓ ତଳ ସ୍ଥରର ସରକାରୀ ବାବୁ ମାନଙ୍କର ଅବହେଳା ଓ ଅପାରଗତା ପାଇଁ ମାଟି ମା ର ବକ୍ଷ ରେ ସୁନାଫଳାଉଥିବା କୃଷକ ଟିଏ ଆଜି ମରୁଡି ଆଶଙ୍କା ରେ ଥାଏ।
#rengalicanal #odisha #NNSODIA