ଟିକେ ନଜର ପକାନ୍ତୁ ଏ ଖୋଲା ମୁକୁଳା ବିଦୁତ ଟ୍ରାନ୍ସଫର ଉପରେ, ଆଉ ଭଲ କରି ଦେଖନ୍ତୁ ଏ ଭିଜୁଆଲ ଉପରେ | ପ୍ରଥମ ସ୍କିନ ରେ ଆପଣ ମାନେ ଦେଖୁଥିବା ଏହି ଭିଜୁଆଲ ଟି ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଉଳ ପୁରୁ ପାଟଣା ଗାଁ ମୁଣ୍ଡ ରେ ବସାଯାଇଥିବା ୫୦୦କିଲୋ ୱାଟ ର ବିଦ୍ୟୁତ ଟ୍ରାନ୍ସଫରମର ,ଯେଉଁ ଟ୍ରାନ୍ସଫରମର ସହିତ ସିଧା ସଳଖ ଭାବରେ ଏକ ବିଦ୍ୟୁତ ତାର କୁ କିପରି ଏକ ବହୁମୂଲ୍ୟ ବାହାଡା ଗଛ ସହ ବନ୍ଧା ଯାଇଛି, ଏମିତିକି ବିଦୁତ ସଂସ୍ପର୍ଶ ରେ ଆସି ଗଛ ଟି ଏବେ ସୁଖୀ ମରିବାରେ ଲାଗିଲାଣି| ଏହା ପରେ ଦ୍ୱିତୀୟ ଭିଜୁଆଲ ଟି ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଈ ଅଞ୍ଚଳ ର HDFC ବ୍ୟାଙ୍କ ନିକଟରେ ବସା ଯାଇଥିବା ୨୫୦ କିଲୋ ୱାଟର ବିଦ୍ୟୁତ ଟ୍ରାନ୍ସଫରମର ଯାହାକି ବିନା କୌଣସି ତାର ବାଡ଼ ରେ ବସା ଯାଇଛି l ଟିକେ ଭାବନ୍ତୁ କେତେ ଅବହେଳିତ ଅବସ୍ଥା ରେ ଏ ଜନଗହଳି ପୂର୍ଣ୍ଣ ବ୍ୟାଙ୍କ ସମ୍ମୁଖରେ ରେ ୨୫୦ କିଲୋ ୱାଟ ର ବିଦୁତ ଟ୍ରାନ୍ସଫରମର ଗୁଡିକୁ ଏମିତି ବିନା ତାର ବାଡ ନଦେଇ ଖୋଲା ଖୋଲି ଭାବରେ ବସା ଯାଇଛି l ଯାହା ବ୍ୟାଙ୍କ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ରେ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି | ବିଦ୍ୟୁତ ବିଭାଗ ର ଏହିଭଳି ଅବହେଳା ଓ ଖାମି ଖିଆଲୀ ମନ ବୃତ୍ତି ପାଇଁ ଆଜି ଜନସାଧାରଣ ରେ ବିଦୂତ ବିଭାଗ ର କାର୍ଯ୍ୟଦକ୍ଷତା ପ୍ରତି ଏକ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ପୁଣି ଦୃଷ୍ଟି ପକାନ୍ତୁ ଏ ଖୋଲା ମୁକୁଳା ବିଦ୍ୟୁତ ଟ୍ରାନ୍ସଫରମର ଚତୃପାର୍ଶ୍ଵ ରେ କିଭଳି ଭାବରେ ଗୋରୁମାତା ମାନେ ବିଚରଣ କରୁଛନ୍ତି l ବର୍ତମାନ ଓଡାପଡା ଅଞ୍ଚଳ ର ପ୍ରତେକ ଗ୍ରାମରୁ ଆରମ୍ଭ କରି ଓଡାପଡା ବ୍ଲକ ହିନ୍ଦୋଳ ରୋଡ଼ ବିଦ୍ୟୁତ ସବଷ୍ଟେସନ ରେ ମଧ୍ୟ ଗୋରୁ ଗାଈ ଗୁଡିକ ଖୋଲା ଖୋଲି ଭାବରେ ଚରୁ ଛନ୍ତି lଥରେ ଚିନ୍ତା କରନ୍ତୁ ମଣିଷ ଭଳି ଏକ ବୁଦ୍ଧିମାନ ଜୀବ ଯେତେବେଳେ ବିଦ୍ୟୁତ ଆଘାତ ପାଇ ନିଜର ବହୁ ମୂଲ୍ୟ ଜୀବନ ହରାଉଛି ସେତେବେଳେ ଏ ନିରୀହ ପଶୁ କଣ ବିଦୁତ ର ଶକ୍ତି ବିଷୟରେ ଜାଣିଛନ୍ତି | ଯଦି ଦୁର୍ଭାଗ୍ୟ ବଶତଃ ବିଦୂତ ସଂସ୍ପର୍ଶ ରେ ଆସି ନିରୀହ ଗୋରୁଗାଈ ଙ୍କ ଜୀବନ ଚାଲି ଯାଏ, ସେଥିପାଇଁ ଦାୟୀ କିଏ….? ତ ଏଠି ପ୍ରଶ୍ନ ଉଠୁଛି ଏ ଖୋଲା ମୁକୁଳା ଅବସ୍ଥା ରେ ବସା ଯାଇଥିବା ବିଦୁତ ଟ୍ରାନ୍ସଫରମର ଗୁଡିକୁ ପାଇଁ ଦାୟୀ କିଏ, ଏହାକୁ ତାର ବାଡ଼ ଦେବାର ଦାୟିତ୍ୱ କାହାର….? କାହିଁକି ଏତେ ଅବହେଳା ଓଡାପଡା ବିଦୁତ ବିଭାଗର….? ଏ ବାବଦ ରେ ପ୍ରଥମେ ହିନ୍ଦୋଳ ରୋଡ଼ ଇଲେକ୍ଟ୍ରିକାଲ ଜେଇ ଙ୍କୁ ପଚାରିବାରୁ ସେ କୁହନ୍ତି ଆମେ ଉପର ସ୍ତର କୁ ଚିଠି ଲେଖିଛୁ, ଖୁଵ ଶୀଘ୍ର ଏ ସମସ୍ୟା ର ସମାଧାନ ହୋଇଯିବ, ପୁନଶ୍ଚ ହିନ୍ଦୋଳ ରୋଡ଼ ସବ ଷ୍ଟେସନମଧ୍ୟରେ ଗୋରୁ ଗାଈ ଚରିବା ବାବଦରେ ପଚାରିଲେ କୁହନ୍ତି, ବର୍ତ୍ତମାନ ଗାୟତ୍ରୀ ଠିକା ସଂସ୍ଥା ଯେଉଁ ଏନଏଚ ୫୫ ର ଡବଲ ରୋଡ଼ କାମ କରୁଛି ସେଥିପାଇଁ ସବଷ୍ଟେସନ ର ପ୍ରାଚୀର କୁ ଭାଙ୍ଗି ଦେଇଛି ସେଥିପାଇଁ ଏମିତି ଗାଈ ଗୋର ମାନେ ପଶୁଛନ୍ତି, ଏ ବାବଦ ରେ ଓଡାପଡା ଇଲେକ୍ଟ୍ରିକାଲ ଏସଡିଓ ଙ୍କୁ ପଚାରିବାରୁ ସେ କୁହନ୍ତି ଖୋଲା ମୁକୁଳା ଟ୍ରାନ୍ସଫରମର ଗୁଡିକ ପାଇଁ ଆମେ ଇଲେକ୍ଟ୍ରି ସେଫ୍ଟି ଡିପାର୍ଟମେଣ୍ଟ ଙ୍କୁ ଜଣାଇଛୁ । ଖୁଵ ଶୀଘ୍ର ଏହାର ସମାଧାନ କରାଯିବ| ତ ଦେଖଯାଉ ପରବର୍ତ୍ତି ସମୟରେ ବିଦ୍ୟୁତ ବିଭାଗ ଏହି ଖୋଲା ମୁକୁଳା ଟ୍ରାନ୍ସଫରମର ଗୁଡିକୁ କେବେ ତାର ବାଡ଼ ଦେଇ ଆବଧ କରୁଛି,
#Dhenkanal #ElectricalDepartment #NNSODIA