ଅଟଳବିହାରୀ ବାଜପେୟୀ ଟ୍ରଷ୍ଟ ର ଅଧ୍ୟକ୍ଷ୍ୟ ଓ ଜଗତସିଂହପୁର ଜିଲ୍ଲା ବିଜେପି ର ଉପସଭାପତି ଶ୍ରୀଯୁକ୍ତ ଅଜିତ ଦାସ ଙ୍କୁ ମାରାଣନ୍ତ୍ର ଆକ୍ରମଣ ହେଇଛି. ସୂଚନା ଅନୁଯାୟୀ ଗତ କାଲି ଅପରାହ୍ନ ସମୟରେ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଅଜିତ ଦାସଙ୍କୁ ଦୁଇଜଣ ଲୋକ ପଠେଇ ତାଙ୍କ ନିଜ ଚାରିଚକିଆ କ୍ରେଟା ଗାଡ଼ିରେ ବସେଇ ନିଜ ଘରକୁ ଆଣି ତାଙ୍କୁ ଅଶିଲ୍ଲ ଭାଷା ରେ ଗାଳିଗୁଲଜ କରି ମାରାଣନ୍ତ୍ର ଆକ୍ରମଣ କରିଥିଲେ. ଫଳରେ ଅଜିତ ଦାସଙ୍କ ଦେହରେ ଆଘାତ ଲାଗିଥିବାବେଳେ ଆସୁଚିକତ୍ସା ପାଇଁ ଡାକ୍ତରଖାନା ରେ ଚିକିତ୍ସା ହେଇଥିଲେ.
ସୂଚନା ମୁତାବକ ଅଟଳବିହାରୀ ବାଜପେୟୀ ଟ୍ରଷ୍ଟର ବାଜପେୟୀଙ୍କ ଜନ୍ମଜୟନ୍ତୀ 25ଡିସେମ୍ବର2021 ତାରିଖ ଦିନ ପାଳନ ପାଇଁ ବିଜେପି ସାସଂଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମୁଖ୍ୟ ଅତିଥି ଭାବେ ଡାକିବାକୁ ଯୋଜନା କରିଥିଲେ, ଏହି ଘଟଣା କୁ ନେଇ ପ୍ରକାଶ ତ୍ରିପାଠୀ ଏହାକୁ ଭଣ୍ଡୁର କରିବାପାଇଁ ହୀନ ଚକ୍ରାନ୍ତ କରି ଉଦେଶ୍ୟମୂଳକ ଭାବେ ଅଜିତ ଦାସ ଙ୍କ ଉପରକୁ ଆକ୍ରମଣ କରିଥିଲେ. ଏନେଇ ଅଜିତ ଦାସ ପାରାଦ୍ୱୀପ ଆଦର୍ଶ ଥାନା ରେ ଲିଖିତ ଏଫଇଆର ଦେଇଥିବା ବେଳେ କେଶ no 262ରେ ତଦନ୍ତ ଚାଲୁ ରହିଛି.କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାଜପେୟୀ ଟ୍ରଷ୍ଟ ର ଅଧକ୍ଷ୍ୟ ଓ ଜିଲ୍ଲା ବିଜେପି ଉପସଭାପତି ଙ୍କୁ ଏପରି ଉଦେଶ୍ୟମୂଳକ ଆକ୍ରମଣ ପଛରେ କାହାର ହାତ ଅଛି ଓ ଏକ ସାଧାରଣ ଶ୍ରମିକ ନେତା ବିଜେପି ସଂଘଟନ ରେ ପ୍ରତିଆରା ବିସ୍ତାର ପାଇଁ ଏପରି କୌଶଳ କରିବା ଏକ ଚକ୍ରାନ୍ତ ବୋଲି ବିଜେପି କର୍ମୀ ମାନେ ମତଦେଇଛନ୍ତି. ଓଡିଶା ରାଜନୀତି ପାଣିପାଗ ରେ ବରିଷ୍ଠ ନେତା ଓ କର୍ମୀମାନେ ଦଳ ବଦଳ କରିବା ଏବେ ରାଜନୈତିକ ପାଣିପାଗ ଉଷ୍ମତା କରୁଥିବା ବେଳେ ପାରାଦ୍ୱୀପ ନଗର ବିଜେପି ପ୍ରତି ଦଳ ବିଭାଜନ ର ଆଶଙ୍କା ଦେଖାଦେଉଛି..