ସାଇ ବାବାଙ୍କୁ ୨ କୋଟି ଟଙ୍କାର ସୁନା ଦାନ
ଠାକୁରଙ୍କୁ ଦାନ କରିବା ପୁଣ୍ୟ କାମ | ତେଣୁ ଭକ୍ତମାନେ ନିଜ ସାମର୍ଥ୍ୟ ଅନୁସାରେ କରିଥାନ୍ତି ଦାନ | କିନ୍ତୁ ଜଣେ ବଡ ଭକ୍ତ ସିରିଡି ସାଇ ବାବାଙ୍କୁ କରିଛନ୍ତି ୪ କିଲୋ ଓଜନର ସୁନା ଦାନ । ହାଇଦ୍ରାବାଦାର ପାର୍ଥସାରଥୀ ରେଡ୍ଡୀ ନାମକ ଜଣେ ଭକ୍ତ ସାଇବାବାଙ୍କୁ ଏହି ସୁନା ଦାନ କରିଛନ୍ତି । ଯାହାର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ୪ କେଜି ଓଜନର ଏକ ସୁନାର ପଟ୍ଟି ବାବାଙ୍କୁ ଦାନ କରାଯାଇଛି । ବାବାଙ୍କ ସିଂହାସନ ଆକୃତିର ଏହି ସୁନା ପଟ୍ଟି ଦାନ କରିଛନ୍ତି ସାଇ ବାବାଙ୍କ ବଡ ଭକ୍ତ ପାର୍ଥସାରଥୀ ।
ସିରିଡି ସାଇ ବାବା ମନ୍ଦିର ବିଶ୍ୱ ପ୍ରସିଦ୍ଧ | ପ୍ରତିଦିନ ହଜାର ହଜାର ଭକ୍ତ ଏଠାକୁ ଦର୍ଶନ ପାଇବାକୁ ଆସନ୍ତି। ୨୦୦୮ ମସିହାରେ ୧୧୦ କିଲୋଗ୍ରାମ ସୁନାରେ ନିର୍ମିତ ସିଂହାସନରେ ସାଇ ବାବାଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ଏହି ସୁନାକୁ ଆନ୍ଧ୍ରପ୍ରଦେଶର ଜଣେ ସାଇ ଭକ୍ତ ଆଦି ନାରାୟଣ ରେଡ୍ଡୀ ଦାନ କରିଛନ୍ତି। ସାଇ ବାବାଙ୍କ ପ୍ରତିମାକୁ ସୁବର୍ଣ୍ଣ ସିଂହାସନରେ ରଖାଯାଇଥିଲା | କିନ୍ତୁ ମୂର୍ତ୍ତିର ଚତୁର୍ଥ ଭାଗ ସୁନାରେ ଆବରଣ ହୋଇପାରିନଥିଲା । ସାଇ ଭକ୍ତ ପାର୍ଥ ସାରଥା ରେଡ୍ଡୀ ୨୦୧୬ରେ ବାବାଙ୍କୁ ସୁନାର ଏହି ପଟ୍ଟି ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ | ପରେ କୋଭିଡ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା | କିନ୍ତୁ ଏବେ କୋଭିଡ କଟକଣା ହଟିବା ପରେ ପାର୍ଥସାରଥୀ ରେଡ୍ଡୀ ସୁନା ଦାନ କରି ତାଙ୍କ ଇଚ୍ଛା ପୂରଣ କରିପାରିଛନ୍ତି | ଏହି ସୁନା ପଟ୍ଟିକୁ ସାଇବାବାଙ୍କ ମୂର୍ତ୍ତି ନିକଟରେ ରଖାଯାଇଛି | ଯେଉଁଥିରେ ଖୋଦିତ ହୋଇ ହାତୀ, ମୟୂରର ଅତି ସୁନ୍ଦର ଏବଂ ଆକର୍ଷଣୀୟ ସୁକ୍ଷ୍ମ କାରୁକାର୍ଯ୍ୟ ରହିଛି | ସୁବର୍ଣ୍ଣ ସିଂହାସନ ପରେ ସାଇଚରଣୀକୁ ସୁନାର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଉପହାର ଭାବରେ ବିବେଚନା କରାଯାଏ | ତେବେ ବାବାଙ୍କ ଭକ୍ତ ପାର୍ଥସାରଥୀ ରେଡ୍ଡୀଙ୍କ ସୁନା ଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।
#SaiBaba Devotee offers gold worth two crores to Shirdi Sai Baba.