ପୁଣି ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀମନ୍ଦିର ଉତ୍ତର ଦ୍ୱାର କୂଅରେ ପଡି ଜଣେ ଭକ୍ତ ଆହତ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟଶ୍ୱର ମନ୍ଦିର ନିକଟରେ ଥିବା କୂଅରେ ପଡି ଜଣେ ଭକ୍ତ ଆହତ ହୋଇଛନ୍ତି।ଆହତ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଧ୍ରୁବ ଚକ୍ରବର୍ତ୍ତୀ। ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ | ତେବେ ଦର୍ଶନ କରି ଉତ୍ତର ଦ୍ୱାର ନିକଟରେ ବିଭିନ୍ନ ମନ୍ଦିର ଦର୍ଶନ କରିବା ସମୟରେ ଐଶାନ୍ୟଶ୍ୱର ମନ୍ଦିର ନିକଟରେ ଅନ୍ଧାର ହୋଇଥିବାରୁ ପ୍ରଥମେ ତାଙ୍କ ପତ୍ନୀ କୂଅରେ ଝୁଣ୍ଟି ଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ଧ୍ରୁବ ପଡିଯାଇଥିଲେ। କୂଅର ଗଭୀରତା କମ ରହିଥିଲା | ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ସଦରମୁଖ୍ୟ ଚିକିର୍ସାୟଳରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।