ରଶିରେ ଲଟକିଛି ଜୀବନ | ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ | ରଶି ସାହାଯ୍ୟରେ ପର୍ଯ୍ୟଟକଙ୍କୁ କରାଯାଉଛି ଉଦ୍ଧାର | ଜୀବନକୁ ପାଣି ଛଡାଇ ମଝି ଆକାଶରେ ଝୁଲୁଛନ୍ତି ଲୋକେ | ଝାଡଖଣ୍ଡ ଦେଓଘରରେ ରୋପୱେ ଦୁର୍ଘଟଣାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ସମୟର ଜୀବନ, ମରଣ ସଂଘର୍ଷର ଏହି ଛାତିଥରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
୨ ଦିନ ଧରି ଜାରି ରହିଥିବା ରେସକ୍ୟୁ ଅପରେସନ ଆଜି ଶେଷ ହୋଇଛି |ଝାରଖଣ୍ଡର ଦେଓଘରରେ ଗତ ୪୬ ଘଣ୍ଟା ଧରି ମଝି ଆକାଶରେ ଫସିଥିବା ୫୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି | ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ହେଲିକପ୍ଟର ଯୋଗେ ଉଦ୍ଧାର ଉଦ୍ଧାର କାର୍ଯ୍ୟ ବେଳେ ଜଣେ ପର୍ଯ୍ୟଟକ ତଳକୁ ଖସିପଡିଥିଲେ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଉଦ୍ଧାର ପାଇଁ ବାୟୁସେନାର ଏମଆଇ -୧୭ ହେଲିକପ୍ଟରର ମଧ୍ୟ ନିଆଯାଇଥିଲା ସାହାଯ୍ୟ। ଦେଶର ସର୍ବୋଚ୍ଚ ତ୍ରିକୂଟ ପାହାଡ ଉପରେ ଅପରେସନ୍ ସମୟରେ ସେନାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦଉଡି ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ କିଭଳି ସାହସିକତାର ସହ ଉଦ୍ଧାର କରାଯାଉଛି ।
ଗତ ରବିବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାୟ ୨ ରାତି ହେବ ୧୮ଟି ଟ୍ରଲିରେ ପର୍ଯ୍ୟଟକ ମଝି ଆକାଶରେ ଫସିକି ରହିଥିଲେ | ଫସି ରହିଥିବା ପର୍ଯ୍ୟଟକ ଉଦ୍ଧାର ହେବା ପରେ ନୂଆ ଜୀବନ ପାଇଥିବା କହିଛନ୍ତି |