ଏବେ ଓଡିଶାରେ ପାଦ ଦେଇ ସାରିଲାଣି ଡେଲ୍ଟା ପ୍ଲସ୍ । ଦେଓଗଡ ଜିଲ୍ଲାରେ ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କର ଜିନୋମ ସିକ୍ୱେନ୍ସ ହେବାପରେ ସେ ଡେଲ୍ଟା ପ୍ଲସ୍ରେ ଆକ୍ରାନ୍ତ ଥିବା ଜଣା ପଡିଛି । ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ସେ କୋରୋନାର କୌଣସି ଡୋଜ ନେଇ ନଥିବା ସୂଚନା ମିଳିଛି । ଡେଲ୍ଟା ପ୍ଲସ୍ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହେବା ସହିତ ଏହା ଆଗକୁ କେତେ ଭୟଙ୍କ ହେବ ତାହାର କୌଣସି ଧାରଣା ନାହିଁ ।