ବେରୋଜଗାରଙ୍କ ପାଇଁ ଖୁସି ଖବର । ଏଣିକି ବେକାରୀଙ୍କୁ ମିଳିବ ଭତ୍ତା । ବେରୋଜଗାରଙ୍କୁ ବେକାରୀ ଭତ୍ତା ଦେବେ ଦିଲ୍ଲୀ ସରକାର | ଦିଲ୍ଲୀରେ ରହୁଥିବା ବେରୋଜଗାରଙ୍କୁ ମାସିକ ଭତ୍ତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ । ଯେଉଁମାନେ ଗ୍ରାଜୁଏସନ ଶେଷ କରି ଚାକିରି ପାଇ ନାହାନ୍ତି ସେମାନଙ୍କୁ ମାସକୁ ମିଳିବ ୫ ହଜାର ଟଙ୍କା । ସେହିପରି ଯେଉଁମାନେ ପିଜି ବା ପୋଷ୍ଟ ଗ୍ରାଜୁଏଟ୍ ସେମାନଙ୍କୁ ୭ ହଜାର ୫ ଶହ ଟଙ୍କା ମାସିଭ ଭତ୍ତା ପ୍ରଦାନ କରାଯିବ |
ଦିଲ୍ଲୀରେ ବେରୋଜଗାର ଭତ୍ତା ସେହି ଯୁବକଯୁବତୀମାନଙ୍କୁ ଦିଆଯିବ ଯେଉଁମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଥିବେ । ଏହି ପଞ୍ଜୀକରଣ ମାଧ୍ୟମରେ, ବେକାର ଯୁବକଯୁବତୀମାନଙ୍କୁ ଚାକିରୀ ନହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯିବ | ଯଦି କରୋନା ମହାମାରୀ ଯୋଗୁ ଆପଣ ମଧ୍ୟ ଚାକିରି ହରାଇଛନ୍ତି ଏବଂ ଆପଣ ଗ୍ରାଜୁଏଟ୍ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି, ତାହେଲେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ | ସେଥିପାଇଁ ଆପଣଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ |
ଦେଶରେ କରୋନା ମହାମାରୀ ପରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଦିଲ୍ଲୀର ବେରୋଜଗାରଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।