ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି | ବିଭିନ୍ନ ସ୍ଥାନରେ ବିଜେପିର ହିଂସ୍ର ଆଚରଣ ଓ ଉଚ୍ଚାରଣ ସାମ୍ନାକୁ ଆସୁଛି | ଏହାକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଅବିଭକ୍ତ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ପାଇଁ ତାଙ୍କୁ ପ୍ରଚାରରୁ ବାଦ୍ ଦେବାକୁ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି ପ୍ରତିନିଧି ଦଳ ।
ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି | ଗଜପତି, ପିପିଲିରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି ହୋଇଛି । ବିଜେପି ହାରିବା ଭୟରେ ହିଂସାକାଣ୍ଡ ଘଟାଉଛି ବୋଲି ଅଭିଯୋଗ କରିଛି ବିଜେଡି। ବିଜେପି ନେତା ଓ କର୍ମୀମାନେ ବିଜେଡି ନେତା ଓ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା ଧମକ ଦେବା ସହ ପୋଲିସ ଏବଂ ସାଧରଣ ଜନତାଙ୍କୁ ମଧ୍ୟ ଧମକ ଚମକ ଦେଉଥିବା ଅଭିଯୋଗ କରିଛି ବିଜେଡି ।