ଏନଏନଏସ୍: କୋଭିଡ ସଂକ୍ରମିତ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବର୍ତ୍ତମାନ ସେ ହୋମ୍ ଆଇସୋଲେସନରେ ରହିଛନ୍ତି। ତେବେ କୋଭିଡର ଲକ୍ଷଣ ଦେଖାଦେବା ପରେ ପରୀକ୍ଷା କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଏବେ ସେ କ୍ୱାରେଣ୍ଟାଇନରେ ଥିବା ସୂଚନା ମଳିଛି । ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିବା ବେଳେ ବିଶେଷ ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚ କରୁଛନ୍ତି । ତେବେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ବାୟୁ ସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେବାର ଥିଲା । ମାତ୍ର ସେ ଅସୁସ୍ଥ ଅନୁଭବ କରିବାରୁ ଭାରତୀୟ ବାୟୁସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେଇପାରିନାହାନ୍ତି । ଏପ୍ରିଲ ୧୭ ତାରିଖରେ ପ୍ରଥମ ସେନା କମାଣ୍ଡସ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ସଂକ୍ରମତି ହୋଇଥିବା ଅନୁମାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ତାଙ୍କ ଅଫିସିଆଲ ପକ୍ଷରୁ ସୂଚନା ମିଳିଛି ।