ବଦଳିବ ସ୍କୁଲ ଖୋଲିବାର ନିଷ୍ପତ୍ତି । ଏଥିପାଇଁ ସୂଚନା ଦେଇଛନ୍ତି ଡିଏମ୍ଇଟି । ପ୍ରଥମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କରୋନା ଓ ଓମିକ୍ରୋନ୍ ର ଭୟାବହତାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇବାକୁ ଯୋଜନା କରୁଛନ୍ତି । । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗଠାରୁ ପରାମର୍ଶ ନିଆଯିବ । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି।
ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ପାଖାପାଖି ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିଲା । ଆସନ୍ତା ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ । ଏଥିରେ ୯ଟାରୁ ୧୨ ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କାରଣ ଡିଏମ୍ଇଟିଙ୍କ ସୂଚନା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ।