ଭୁବନେଶ୍ୱର(ଏନଏନଏସ୍): ବାଣୀବିହାର କ୍ୟାମ୍ପସ ପରିସରରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଦାଣ୍ଡମୁକୁନ୍ଦପୁର ପିପିଲିର ଉତ୍ତମ ନାୟକ(୨୧) ବୋଲି ଜଣାପଡ଼ିଛି ।
ଉତ୍ତମ ତାଙ୍କ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିଲେ । ସେ ଦିନ ମଜୁରିଆ ଭାବେ କାମ କରନ୍ତି । କାଲି ରାତିରେ ସେ ଘରେ ଥିବା ବେଳେ କିପରି ଗଛରେ ଝୁଲି ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନ କରିଛନ୍ତି ସେ ନେଇ ତାଙ୍କ ବାପା-ମା ପ୍ରଶ୍ନ କରିଛନ୍ତି । କେହି ଜଣେ ତାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ।