ବିଭିନ୍ନ ଅପରାଧିକ ମାମଲା ରେ ଛନ୍ଦି ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶିଲ ଏବଂ ସୁଶାନ୍ତ ଧଳସାମନ୍ତ ଆଜି କଟକ ର ବିଭିନ୍ନ ନିମ୍ନ ଅଦାଲତ ରେ ହଜାର ହୋଇଥିଲେ । ଜିଲ୍ଲା ଜଜ୍ କୋର୍ଟ ରେ ଥିବା ମାମଲା ରେ ସେମାନଙ୍କ ବିରୁଦ୍ଧ ରେ ଥିବା ମାମଲା ର ଶୁଣାଣି ଭିଡିଓ କନଫରେନ୍ସଇଙ୍ଗ ମାଧ୍ୟମରେ ଶୁଣାଣି କରାଯିବା କୁ ନେଇ ନିଷ୍ପତ୍ତି କରାଯାଉଥିବା ରୁ ତାହାକୁ ବିରୋଧ କରିଥିଲେ ଡ଼ି ବ୍ରଦର୍ଶ ଙ୍କ ଓକିଲ। ଭିଡିଓ କନଫରେନ୍ସଇଙ୍ଗ ମାଧ୍ୟମ ରେ ଶୁଣାଣି କରାଗଲେ ତାହା ସଠିକ୍ ଭାବେ ହୋଇପାରିବ ନାହିଁ ବୋଲି କୋର୍ଟ କୁ କହିଥିଲେ ଧଳସାମନ୍ତ ଭ୍ରାତା ଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର। ଏଡ଼ିଜେ,ଏସ୍ ଡ଼ି ଜେ ଏମ୍ ଏବଂ ମାଜିଷ୍ଟ୍ରେଟଙ୍କ କୋର୍ଟ ରେ ସାକ୍ଷୀ ହେବାର ଥିଲା। ହେଲେ ସେଥିପାଇଁ ସେସବୁ କୋର୍ଟ ରେ ମଧ୍ୟ ଉଭୟଙ୍କୁ ହାଜର କରାଯାଇଥିଲା। କେତେକ ମାମଲା ରେ ସାକ୍ଷୀ ହାଜର ନ ହେବାରୁ ମାମଲାଗୁଡିକୁ ପରବର୍ତ୍ତୀ ତାରିଖ କୁ ଘୁଞ୍ଚାଇ ଦିଆଯାଇଛି । ତେଣୁ ଉଭୟଙ୍କୁ ସେମାନେ ରହୁଥିବା ବାଲେଶ୍ଵର,ବଲାଙ୍ଗିର ଜେଲ କୁ କଡ଼ା ସୁରକ୍ଷା ମଧ୍ୟରେ ପଠାଇ ଦିଆଯାଇଛି । ଭିଡିଓ କନଫରେନ୍ସଇଙ୍ଗ ମାଧ୍ୟମ ରେ ଶୁଣାଣି କୁ ଆମେ ବିରୋଧ କରୁଛୁ। ଯଦି ସିଧାସଳଖ ହାଜର କରି ମାମଲାଗୁଡିକ ର ଶୁଣାଣି ପାଇଁ ନିଷ୍ପତ୍ତି ନ ନିଆଯାଏ ତାହା ହେଲେ ଆମେ ଊପର କୋର୍ଟ କୁ ଯିବୁ ବୋଲି କହିଛନ୍ତି ଡ଼ି ବ୍ରଦର୍ଶ ଙ୍କ ଓକିଲ।
ବାଇଟ-ସୌରଚନ୍ଦ୍ର ମହାପାତ୍ର