ଏନଏନଏସ୍: ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ। ଏହି ହତ୍ୟାକାଣ୍ଡରେ ଧଳସାମନ୍ତଙ୍କର କୌଣସି ସମ୍ପୃକ୍ତି ନ ଥିଲା ପୋଲିସ ଅଯଥାରେ ସେମାନଙ୍କୁ ଏହି ମାମଲାରେ ଗୁନ୍ଥି ଦେଇଥିଲା ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି। ମୃତ ଫାରୁକଙ୍କ ପରିବାରବର୍ଗ କେବେ ହେଲେ ଡି ବ୍ରଦର୍ଶ ଙ୍କ ନାଁ ଧରି ନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ। ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍। ତଥ୍ୟ ପ୍ରମାଣ ଅଭାବରୁ ଏ ତିନିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଫାରୁକ୍ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ କୋର୍ଟରୁ ୪ ଜଣ ଧଳସାମନ୍ତ ସହଯୋଗୀ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି।
ସୂଚନାଯୋଗ୍ୟ ୨୦୧୪ ନଭେମ୍ବର ୧୧ ତାରିଖରେ ମାଲଗୋଦାମରେ ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ ।