ଦୁର୍ବଳ ହେଉଛି ବାତ୍ୟା ଜୱାଦ । ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ରବିବାର ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ପହଞ୍ଚିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ତେବେ ପୂର୍ବ ଅପେକ୍ଷା ବାତ୍ୟାର ବେଗ କମିବାରେ ଲାଗିଛି । ଗତ ୬ ଘଣ୍ଟା ହେବ 6ରୁ 7କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଜୱାଦ । ପୂର୍ବରୁ ଏହା ଘଣ୍ଟାକୁ ୯ କିମଲୋମିଟର ବେଗରେ ଗତି କରୁଥିଲା । ଏନେଇ ଓଡିଶାର ୪ଟି ବନ୍ଦରକୁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ, ଗୋପାଳପୁର, ପାରାଦୀପ ଓ ଧାମରାରେ ୭ ନଂ ବିପଦ ସଙ୍କେତ ଜାରି କରାଯାଇଛି ।ବାତ୍ୟା ‘ଜୱାଦ’ ପ୍ରଭାବରେ ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ବାତ୍ୟା ପାଇଁ ଉପକୂଳବର୍ତ୍ତୀ ସମସ୍ତ ଅଞ୍ଚଳକୁ ଆଲର୍ଟ କରିଛି ପ୍ରଶାସନ । ବାତ୍ୟା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପୁରୀ, ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲା ପାଇଁ ଜାରି ହୋଇଛି ରେଡ ୱାର୍ଣ୍ଣିଂ । ଗୋଟିଏ ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।
ବାତ୍ୟା ଜୱାଦ ଓଡିଶା ଉପକୂଳଠାରୁ 420 କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗ ତରଫରୁ ସୂଚନା ଅନୁଯାୟୀ ଜୱାଦ ସ୍ଥଳଭାଗକୁ ଛୁଇଁଲାପରେ ଘଂଟାପ୍ରତି 70ରୁ 80 ବେଗରେ ପବନ ବହିବାର ଆଶଙ୍କା ଅଛି । ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ପସ୍ତୁତି ଆରମ୍ଭ ହେଇଯାଇଛି । ଆଜି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପରେ ଥିବା ସମସ୍ତ ବାତ୍ୟା ଆର୍ଶୟ ସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଯେକୌଣସି ମୁହୂର୍ତ୍ତ ରେ ବାତ୍ୟା ଜୱାଦର ମୁକାବିଲା କରିବା ପାଇଁ ପାରାଦ୍ୱୀପ ପୌର ପରିଷଦରେ ପୌର ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ପସ୍ତୁତି ବୈଠକ କରିଥିଲେ । ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆର୍ଶୟ ସ୍ଥଳକୁ ସ୍ଥାନସ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । ବାତ୍ୟା ପାଇଁ ପ୍ରଶାସନ ତରଫରୁ 5000କୁଇଣ୍ଟାଲ ଚାଉଳ, ଚୁଡା, ଶୁଖିଲା ଖାଦ୍ୟ, ବିସ୍କୁଟ, ଓ ପର୍ଯ୍ୟାପ୍ତ ପିଇବା ପାଣି ମହଜୁଦ ଅଛି ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ବିଶେଷକରି କରୋନାକୁ ଆଖିରେ ରଖି ବାତ୍ୟା ଆର୍ଶୟସ୍ଥଳରେ କିପରି ସାମାଜିକ ଦୂରତା ବଜାୟ ରହିବ ତାଉପରେ ବି ଗୁରୁତ୍ତ୍ୱ ଦିଆଯିବ ବୋଲି କହିଛନ୍ତି । ସେଥିପାଇଁ ବାତ୍ୟା ଆଶୟସ୍ଥଳକୁ ଛାଡି ସ୍କୁଲ ଗୃହ ଓ କଲ୍ୟାଣମଣ୍ଡପ ମାନଙ୍କରେ ଅସ୍ଥାୟୀ ବାତ୍ୟାଆଶ୍ରୟ ସ୍ଥଳ କରାଯାଇଛି ଏବଂ ଏଠାରେ ସବୁ ପ୍ରକାରର ବ୍ୟବସ୍ତା କରାଯାଇଛି । ମସ୍ୟଜୀବି ମାନେ ସମୁଦ୍ର ଭିତରକୁ ନ ଯିବାପାଇଁ ସଚେତନତା କରାଯାଇଛି । କୋଭିଡ ହିସ୍ପିଟାଲ ରେ ଯେପରି କୌଣସି ପ୍ରକାରର ଅସୁବିଧା ନହେବ ସେଥିପାଇଁ ଆବଶ୍ୟକଠୁ ଅଧିକ ପରିମାଣର ଔଷଧ ଓ ଅକ୍ସିଜେନ ମହଜୁଦ ଅଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଡିସେମ୍ବର 4ରୁ 6 ତାରିଖ ପଯ୍ୟନ୍ତ କୌଣସି ଜାହାଜ ବର୍ଥରେ ଲାଗିବ ନାହିଁ ବୋଲି ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ର ଅଧ୍ୟକ୍ଷ ପି. ଏଲ. ହାରାନାନ୍ଦ ସୂଚନା ଦେଇଛନ୍ତି । ବାତ୍ୟାର ସ୍ଥିତିକୁ ଦେଖି ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପସ୍ତୁତି ଅଛି ବୋଲି ପ୍ରଶାସନ ଗଣମାଧ୍ୟମକୁ କହିଛନ୍ତି ।